ଭୁବନ ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ଗ୍ରାମରେ ଗତ ୬ ଦିନ ହେଲା ଅନୁଷ୍ଠିତ ହେଉଥିବା ବିଶ୍ୱଶାନ୍ତି ଭାଗବତ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ଗ୍ରାମର ଭାଗବତ ଶ୍ରୋତୃମଣ୍ଡଳୀର ସଭ୍ୟମାନଙ୍କ ନେତୃତ୍ୱରେ ଆୟୋଜିତ ମହାଯଜ୍ଞପ୍ରାରମ୍ଭରେ ଶତାଧିକ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ହୋଇଥିବା ବେଳେ ଏହି ଯଜ୍ଞରେ ମନ୍ତ୍ରପାଠ ନିମନ୍ତେ ପୁରୀରୁ ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମୃଦଙ୍ଗା ଗ୍ରାମ ହିଙ୍ଗୁଳା ପୀଠରେ ବୁଧବାର ଠାରୁ ସୋମବାର ୬ ଦିନ ପର୍ଯ୍ୟନ୍ତ ଗୀତାଯଜ୍ଞ,ରୁଦ୍ରଯଜ୍ଞ,ସପ୍ତସତୀ ଚଣ୍ଡୀଯଜ୍ଞ,କରାଯିବା ସହିତ ଡଃ ବିରେନ୍ଦ୍ର ପଣ୍ଡାଙ୍କ ଦ୍ୱାରା ପ୍ରବଚନ ଅନୁଷ୍ଠିତ ହୋଇଥିଲା । ପ୍ରଥମଦିନରୁ ପୂର୍ଣ୍ଣାହୂତି ପର୍ଯ୍ୟନ୍ତ ନାମ ସଂକୀର୍ତନ ଅନୁଷ୍ଠିତ ହେବା ସହିତ ଦୈନିକ ସାମୁହିକ ପ୍ରସାଦସେବନ ବ୍ୟବସ୍ଥା ହୋଇଥିଲା ଓ ଗ୍ରାମରେ ଆମିଷ ପ୍ରବେଶ ନିଷେଧ କରାଯାଇଥିଲା । ଓଡ଼ିଶା ସମାଚାର