Sunday , April 2 2023
Breaking News
Home / ବିଶେଷ / ଭୁବନ ହାଇସ୍କୁଲ ୧୯୯୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ନୂତନ କର୍ମକର୍ତା ନିର୍ବାଚନ – ବସନ୍ତ ସଭାପତି , ସୁଶାନ୍ତ ସମ୍ପାଦକ

ଭୁବନ ହାଇସ୍କୁଲ ୧୯୯୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଓ ନୂତନ କର୍ମକର୍ତା ନିର୍ବାଚନ – ବସନ୍ତ ସଭାପତି , ସୁଶାନ୍ତ ସମ୍ପାଦକ

ଭୁବନ ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ନୂତନ କର୍ମକର୍ତା ନିର୍ବାଚନ ନୀଳକଣ୍ଠପୁର ଫାର୍ମଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ସଂଜୟ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଦିବଙ୍ଗତ ସଭ୍ୟ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ୪୦ ରୁ ଉଦ୍ଧ୍ୱର୍ ବ୍ୟାଚମେଂଟ ଯୋଗଦେଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ । ଏହି ଅବସରରେ ଚଳିତବର୍ଷ ନିମନ୍ତେ ବସନ୍ତ କୁମାର ସାହୁ ସଭାପତି,ସୁଶାନ୍ତ କୁମାର ପୋଥାଳ ସମ୍ପାଦକ, ପ୍ରଫୁଲ୍ଲ ସାହୁ କୋଷାଧ୍ୟକ୍ଷ,ମନୋଜ ପୋଥାଳ,କ୍ଷୀରୋଦ ପୃଷ୍ଟି ଉପସଭାପତି,ଚୈତନ୍ୟ ସାହୁ,ରତିକାନ୍ତ ଗୁରୁ ସହ ସମ୍ପାଦକ,ସଂଜୟ କୁମାର ବେହେରା ଙ୍କୁ ସଂଯୋଜକ ତଥା ସଙ୍ଗଠନ ସମ୍ପାଦକ ଭାବେ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା । ୧୦ ଜଣ ସକ୍ରିୟ ସଭ୍ୟଙ୍କୁ କାର୍ଯ୍ୟକାରଣୀ ସଦସ୍ୟ ଭାବେ ଚୟନ କରାଯାଇଥିଲା । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସତ୍ୟ ସୁନ୍ଦର ସାହୁ.ସଂଜୟ ସାହୁ,ମଥୁରା ସାହୁ,ବାଉରୀବନ୍ଧୁ ମଲ୍ଲିକ,ଗୌତମ ପଟ୍ଟନାୟକ,ଦେବରାଜ ମହାପାତ୍ର,ସୁଦର୍ଶନ ଜେନା,ଧରଣୀଧର ମହାପାତ୍ର,ମୋହନ ସାହୁ ,ରବିନ୍ଦ୍ର ବେହେରା, ପବିତ୍ର ସାହୁ ,ପଂଚାନନ ମେହେଣା,ଲକ୍ଷ୍ମଣ ସାହୁ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.