କେନ୍ଦ୍ରାପଡା, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ବିଂଶ ଶତାଦ୍ଧି ପରେ ଏବଂ ସ୍ୱାଧୀନ ଭାରତର ୩୫ବର୍ଷ ପରେ ମଧ୍ୟ ସାମାଜିକ ସମତା, ସମାନତା, ମୈାଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ସରକାରୀ ଯୋଜନା ସମକଂଟକ ଓ ଦଳିତ, ଆଦିବାସୀ ନିର୍ଯ୍ୟାତନା ପ୍ରତିରୋଧ ପାଇଁ ସବୁ ସ୍ତରରେ ଦଳିତ, ଆଦିବାସୀ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବର୍ଗ ନେତୃତ୍ୱ ଏକତ୍ରିତ ହୋଇ ସଂଗ୍ରାମ କରିବା ଆବଶ୍ୟକ ବୋଲି ଅତିଥିମାନେ ସ୍ଥାନୀୟ ଗରାପୁରସ୍ଥିତ ଆମ୍ବେଦକର ଭବନରେ ଅନୁଷ୍ଠିତ ଭୀମ ଜାଗରଣ ମଂଚ ପକ୍ଷରୁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ମଂଚର ଉପଦେଷ୍ଟା ମନୋରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଆଇନଜୀବି ପ୍ରହଲ୍ଲାଦ ମଲ୍ଲିକ, ରାଷ୍ଟ୍ରୀୟ ଦଳିତ ସଭାର ଅଶୋକ ମଲ୍ଲିକ, ଅଶୋକ ସେଠୀ, ଦଳିତ ଇତିହାସ ଗବେଷକ କୈଳାସ ମଲ୍ଲିକ, ସଂଖ୍ୟାଲଘୁ ସେଲ ନେତା ଇମ୍ରାନ ଅଲ୍ଲୀ, ଜିଲ୍ଲା ସଂଯୋଜକ ରାଜେଶ ମଲ୍ଲିକ, ରାମଚନ୍ଦ୍ର ସେଠୀ, ପ୍ରତିମା ମଲ୍ଲିକ, ବାବାଜୀ ଚରଣ ଜେନା, ବାଣୀଶ୍ରୀ ଜେନା, କଳ୍ପତରୁ ମଲ୍ଲିକ, ମମତା ରାଉତ, ବାବାଜି ମଲ୍ଲିକ, ପ୍ରଶାନ୍ତ ମଲ୍ଲିକ, ସୁମନ୍ତ ମଲ୍ଲିକ,କ୍ଷୀରୋଦ ମଲ୍ଲିକ, ସୁଶାନ୍ତ ମଲ୍ଲିକ, କିଶୋର ମଲ୍ଲିକ, ଗୈାରାଙ୍ଗ ଚରଣ ମଲ୍ଲିକ, ରୋଜାଲିନ ଜେନା ପ୍ରମୁଖ ଯୋଗଦେଇ ବିଗତ ଇତିହାସ ସମ୍ପର୍କରେ ଜାଣିଲେ ଲଢେଇ ପାଇଁ ଶକ୍ତି ନିରୁପଣ ହୋଇଥାଏ ଏବଂ ଭାରତରତ୍ନ ଡଃ. ଆମ୍ବେଦକରଙ୍କ ଜାତି ପ୍ରତିଷ୍ଠା ଓ ଭାରତର ସମ୍ବିଧାନ ସୁରକ୍ଷା ପାଇଁ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସମାଚାର