ସବୁଥିରେ କାଣ୍ଟଛାଣ୍ଟ କଣ ଆତ୍ମନିର୍ଭର ବଜେଟ ?
କେନ୍ଦ୍ର ସରକାର ଗତବର୍ଷ ଅପେକ୍ଷା ଚଳିତବର୍ଷ ସବୁ ଯୋଜନାରେ କାଣ୍ଟଛାଣ୍ଟ କରିଛନ୍ତି । ଶ୍ରମିକ ମାନଙ୍କ ଲାଗି ଏମଜି ନରେଗା ଯୋଜନାରେ ୩୫ ପ୍ରତିଶତ ହ୍ରାସ କରିଛନ୍ତି । ଗତବର୍ଷ ୧.୧୨ ଲକ୍ଷ କୋଟି ଟଙ୍କା ଥିବାବେଳେ ଚଳିତ ଥର ୭୩ ହଜାର କୋଟି ଟଙ୍କା ରଖିଛନ୍ତି । ପିଏମ କିସାନ ବଜେଟ ୭୫ ହଜାର କୋଟିରୁ କମି ୬୫ ହଜାର କୋଟି ହେଲା । ନୂଆଶିକ୍ଷା ନୀତି ପାଇଁ ଜିଡିିପିର ୬ ପ୍ରତିଶତ ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା କିନ୍ତୁ ୬ ହଜାର କୋଟି ଟଙ୍କା କମ୍ ବରାଦ ହୋଇଛି , ଏହା ହେଉଛି ଆତ୍ମନିର୍ଭର ବଜେଟ । ସରକାର ନିଜର ଓ ରଷ୍ଟ୍ରାୟତ ଉଦ୍ୟୋଗ ଅଧିନରେ ଥିବା ଜମି ବିକ୍ରି କରି ଖର୍ଚ୍ଚ କରିବେ ଏହା ବୋଧହୁଏ ଆ୍ମନିର୍ଭର ବଜେଟ ? ସୁଶାନ୍ତ କୁମାର ପୋଥାଳ ସାମ୍ବାଦିକ
ପେଟ୍ରୋଲ ,ଡିଜେଲ ଉପରେ କୃଷି ସେସ ଲାଗୁ ନିଷ୍ପତି ଏକ ଭୁଲ ନିଷ୍ପତି
ପେଟ୍ରୋଲ ଲିଟରରେ ୨ ଟଙ୍କା ୫୦ ପଇସା ଓ ଡିଜେଲ ଲିଟରରେ ୪ ଟଙ୍କା କୃଷିସେସ ଲାଗୁ ନିଷ୍ପତି ଠିକ ନୁହେଁ । କୃଷକକୁ ଶସ୍ତାରେ କୃଷି ଯନ୍ତ୍ରପାତି,ସାର,ବିହନ ଯୋଗାଇ ଦେବା ସହିତ ଋଣ ଯୋଗାଇ ନଦେଇ କୃଷକଙ୍କୁ ଭଣ୍ଡାଇବା ପାଇଁ କଣା୍ଟକ୍ଟ ଫାର୍ମିଂ ରେ କୃଷକ ଲାଭବାନ ହେବା ପାଇଁ କହୁଛନ୍ତି । ରାଜେଶ କୁମାର ସାହୁ (ରାଜୁ) ବ୍ୟବସାୟୀ
ଟଙ୍କିକିଆ ଚାଉଳ କୁ ତେଲ ଲିଟର ୧୫୦,ଏହା କି ବଜେଟ ?
ଚାଉଳ କିଲୋ ଟଙ୍କାଏ କିନ୍ତୁ ରିଫାଇନ ତେଲ ଲିଟର ୧୫୦ । ଗରିବ ଙ୍କୁ ଭଣ୍ଡାଇବାର ଭଲ ତରିକା । କଥା କହିବ ନାନା ମତେ କେବଳ ଗରିବଙ୍କୁ ଭଣ୍ଡାଇବା ନିମନ୍ତେ ଏହି ଉକ୍ତିର ପ୍ରତ୍ୟକ୍ଷ ପ୍ରମାଣ । ବଜେଟରେ ଥିବା ଗୁରୁତ୍ୱପୂର୍ଣ୍ଣ କଥାକୁ ଭାଷଣ ମାଧ୍ୟମରେ ଲୁଚାଯାଇଥାଏ ତେଣୁ ଏସବୁ ଶୁଣି ସମୟ ନଷ୍ଟ କରିବା ଦରକାର ନାହିଁ । ଦେବାନନ୍ଦ ସାହୁ ଯୁବନେତା
ଖଟିଖିଆ ଙ୍କ ପାଇଁ ନୁହେଁ ଲୁଟିଖିଆ ଙ୍କ ସ୍ୱାର୍ଥ ପାଇଁ ବଜେଟ
ସରକାରୀ ଦଳ ସପକ୍ଷବାଦୀ ପ୍ରତ୍ୟେକ ବଜେଟକୁ ଯୁଗାନ୍ତକାରୀ, ଐତିହାସିକ ବଜେଟ ବୋଲି କହୁଥିବା ବେଳେ ବିରୋଧି ଦଳ ନୈରାଶ୍ୟଜନକ ବଜେଟ କୁହନ୍ତି । ଏଥିରେ ନୂଆ କଣ ? କୌଣସି ସରକାର ଗରିବ, ଖଟିଖିଆ, ମଧ୍ୟବିତଙ୍କ ପକେଟକୁ ସୁହାଇଲା ଭଳି ବଜେଟ କରିଥିବା ନଜିର ନାହିଁ । ସବୁ ବଜେଟ ଲୁଟିଖିଆଙ୍କ ସ୍ୱାର୍ଥ ସାଧନ ପାଇଁ । ଚଳିତ ବଜେଟ ଅମ୍ବାନି, ଆଦାନି ବଜେଟ କହିଲେ ଠିକ ହେବ । ଶ୍ରୀକାନ୍ତ ବେହେରା, ବ୍ୟବସାୟୀ
ବଜେଟ କେବଳ କାଗଜ କଲମରେ , ବାସ୍ତବରେ କିଛି ହେଉନି
ବଜେଟରେ ସାଧାରଣ ଜନତାଙ୍କୁ ପ୍ରଲୋଭିତ କରିବାକୁ ବିଭିନ୍ନ ଲୋଭନୀୟ ତଥା ଆକର୍ଷଣୀୟ କଥା କୁହାଯାଉଛି ,ଯାହା ହେଉଛି ସବୁ କାଗଜ କଲମରେ କିନ୍ତୁ ବାସ୍ତବରେ କିଛି ବି ହେଉନି । ସାଧାରଣ ଲୋକେ କୌଣସି ଲାଭ ପାଉ ନାହାନ୍ତି । କେଶବ ଚନ୍ଦ୍ର ପଣ୍ଡା, ଆଇନଜୀବୀ