ନିରାକାରପୁର, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କମାଗୁରୁ କଲେଜ ନିକଟସ୍ଥ ଜଙ୍ଗଲରେ ଆଜି ଅପରାହ୍ନରେ କୈାଣସି କାରଣରୁ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଜଙ୍ଗଲର ବହୁ ଅଂଶକୁ ବ୍ୟାପି ଯାଉଥିବାବେଳେ କମାଗୁରୁ କଲେଜ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ନେତୃତ୍ୱରେ କର୍ମଚାରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଫଳରେ ୨ଘଂଟାରେ ନିଆଁକୁ ଆୟ କରାଯାଇଥିଲା । ଓଡ଼ିଶା ସମାଚାର