କେନ୍ଦ୍ରାପଡା,୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଜନୈକ ଘରପୋଡି ବିପନ୍ନଙ୍କୁ ଆଳି ତହସିଲ ପକ୍ଷରୁ ସରକାରୀ ସହାୟତା ପ୍ରଦାନ କରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଆଳି ତହସିଲ ଅନ୍ତର୍ଗତ ଦଶିପୁର ମୈାଜାର ସ୍ୱର୍ଗତ ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶଙ୍କର ୨ବଖରା ଘର ଗତ ଜାନୁଆରୀମାସ ୧ତାରିଖ ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଏସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିସାରିଥିବା ବେଳେ ଆଜିପର୍ଯ୍ୟନ୍ତ ଘରପୋଡି ବିପନ୍ନ ଶ୍ରୀ ଦାଶଙ୍କୁ କୈାଣସି ସରକାରୀ ସହାୟତା ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି । ରାଜକନିକା ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀ ଦାଶଙ୍କ ଘର ଅଗ୍ନିରେ ପୋଡିଯାଇଥିବା ସମ୍ପର୍କରେ ପ୍ରମାଣପତ୍ର ପ୍ରଦାନ କରିସାରିଛି । କିନ୍ତୁ ଘରପୋଡିର ଏକମାସ ପରେବି ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରାନଯିବା ଘଟଣା ପ୍ରଶାସନର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିସହିତ ଆଳି ବ୍ଲକ ପକ୍ଷରୁ ମଧ୍ୟ ଶ୍ରୀ ଦାଶଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଯୋଗାଇଦେବାକୁ ବିଡିଓଙ୍କୁ ଦରଖାସ୍ତ କରିଥିଲେବି ତାହା ମଧ୍ୟ ବିଚାର କରାଯାଉନଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଶ୍ରୀ ଦାଶ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ନିବେଦନ କରିଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର