Saturday , April 1 2023
Breaking News
Home / ନିର୍ବାଚନ / ଗାଙ୍ଗପଡା ସମିତିସଭ୍ୟ ଉପନିର୍ବାଚନ ପାଇଁ ୪ଜଣ ପ୍ରାର୍ଥି ପତ୍ର  ଦାଖଲ କଲେ

ଗାଙ୍ଗପଡା ସମିତିସଭ୍ୟ ଉପନିର୍ବାଚନ ପାଇଁ ୪ଜଣ ପ୍ରାର୍ଥି ପତ୍ର  ଦାଖଲ କଲେ

କେନ୍ଦ୍ରାପଡା,୦୧/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଂଚାୟତର ସମିତିସଭ୍ୟ ଉପନିର୍ବାଚନ ପାଇଁ ଆଜି ୪ଜଣ ପ୍ରାର୍ଥି ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି । ପୂର୍ବତନ ବ୍ଲକ ସ୍ୱର୍ଗତ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ବିୟୋଗ ଯୋଗୁ ଖାଲି ପଡିଥିବା ଏହି ପଦ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି ।  ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଧଳଙ୍କ ପତ୍ନୀ ମମତାରାଣୀ ଧଳ ଏହି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଅନ୍ୟ ତିନି ଜଣ ଚନ୍ଦ୍ରଭାନୁ ପାତ୍ର, କ୍ଷୀରୋଦ ଚନ୍ଦ୍ର ରାଉତ ଓ ରାମଚନ୍ଦ୍ର ବେହୁରା  ପ୍ରାର୍ଥିପତ୍ର ଦାଖଲ କରିଥିବା ସୂଚନା ମିଳିଛି । ଆସନ୍ତା ମଙ୍ଗଳବାର ପ୍ରାର୍ଥିପତ୍ର ଗୁଡିକ ଯାଂଚ କରାଯିବା ପରେ ବୁଧବାର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ଯେତେଜଣ ପ୍ରାର୍ଥି ରହିବେ ସେମାନଙ୍କ ନାମ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିବେ । ଆସନ୍ତା ୨୪ତାରିଖରେ ଆବଶ୍ୟକ ହେଲେ ନିର୍ବାଚନ ଅନୁଷ୍ଠିତ ହେବା ସହ ଫେବୃୟାରୀମାସ ୨୫ତାରିଖରେ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.