ପାରାଦ୍ୱୀପ ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- ଫେବୃଆରୀ ୧, ୨୦୨୧ ସୋମବାର ଦିନ ଭାରତୀୟ ତଟ୍ଟରକ୍ଷୀ ବାହିନୀ ତଥା କୋଷ୍ଟଗାର୍ଡ ଏହାର ୪୫ତମ “ରେଜିଂ ଡେ” ବା “ବୃଦ୍ଧି ଦିବସ” ପାଳନ କରିଛି । ଭାରତୀୟ ଅଂଚଳର ଉପକୂଳକୁ ସୁରକ୍ଷିତ ରଖିବା ପାଇଁ ୭ଗୋଟି ପୃଷ୍ଠଭୂମି ପ୍ଲାଟଫର୍ମରୁ ଆରମ୍ଭ କରି କୋଷ୍ଟଗାର୍ଡ ୧୫୬ଟି ଜାହଜ ଏବଂ ୬୨ଟି ବିମାନ ସହିତ ଏକ ଭରପୁର ଶକ୍ତିରେ ପରିଣତ ହୋଇଛି । ୨୦୨୫ ମସିହା ସୁଦ୍ଧା ୨୦୦ ଭୂପୃଷ୍ଠ ପ୍ଲାଟଫର୍ମ ଏବଂ ୮୦ ବିମାନର ଟାର୍ଗେଟେଡ୍ ଫୋର୍ସ ସ୍ଥର ହାସଲ କରିବାର ଲକ୍ଷ୍ୟ ରଖିଛି । ବିଶ୍ୱର ଚତୁର୍ଥ ବୃହମ ତଟ୍ଟରକ୍ଷୀ ବାହିନୀ ଭାବେ, ଭାରତୀୟ ଉପକୂଳକୁ ସୁରକ୍ଷିତ ରଖିବା ଏବଂ ଭାରତର ସାମୁଦ୍ରିକ ଜୋନ ମଧ୍ୟରେ ନିୟମ ଲାଗୁ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କୋଭିଡ୍-୧୯ ପ୍ରତିବନ୍ଧକ ସତ୍ୱେ ପ୍ରାୟ ୫୦ଟି ଜାହାଜ ଏବଂ ୧୨ଟି ବିମାନ ନିୟୋଜିତ କରି ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳରେ ୨୪ଢ୭ ସଜାଗ ରହି ଆସିଛି । ଏଥି ମଧ୍ୟରେ ୧୫୦୦କୋଟି ଟଙ୍କା ମୂଲ୍ୟ ନିଷେଦ୍ଧାଦେଶ ଜବତ କରିଛି ଏବଂ ୧୦ରୁ ଅଧିକ ବିଦେଶୀ ମସô୍ୟଜୀବି ଡଙ୍ଗା ସମେତ ୮୦ଜଣ ଦୃବୁତଙ୍କୁ ଧରିଛି । ଏହି “ରେଜିଂ ଡେ” ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ଭାରତୀୟ ତଟ୍ଟରକ୍ଷୀ ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ବୋଲି ପାରାଦ୍ୱୀପ କୋଷ୍ଟଗାର୍ଡ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ଓଡ଼ିଶା ସମାଚାର