କେନ୍ଦ୍ରାପଡା, ୦୧/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଂଘର ସମାବେଶ ପୈାରାଂଚଳ ଅନ୍ତର୍ଗତ ବଡବାରଙ୍ଗସ୍ଥିତ ସଂଘ କାର୍ଯ୍ୟାଳୟରେ ସଂଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିତ୍ୟାନନ୍ଦ ମହାନ୍ତି ଏହି ବୈଠକରେ ପୈାରହିତ୍ୟ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଶ୍ରୀ ମେକାପ ପ୍ରଥମେ ବିବରଣୀ ପ୍ରଦାନ କରିବା ପରେ ନିକଟରେ ଅବସର ଗ୍ରହଣ କରିଥିବା ଷ୍ଟେଟବ୍ୟାଙ୍କ ଅଧିକାରୀ ବିଶ୍ୱକେତନ ଦାସ, ସଂଘମିତ୍ରା ସିଂହ, କିଶୋର ମହାନ୍ତି, ବିଜୟ କୁମାର ନାୟକ ଓ ସୁକାନ୍ତ ଦାସ ପ୍ରମୁଖଙ୍କୁ ସ୍ୱାଗତ କରାଯାଇଥିଲା । ବୈଠକରେ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଦୃଢ ସମର୍ଥନ ଜଣାଇବା ସହିତ ହରିଦାସପୁର- ପାରାଦୀପ ରେଳପଥରେ ତୁରନ୍ତ ଯାତ୍ରୀବାହୀ ରେଳ ଚଳାଚଳ କରାଇବା ନିମନ୍ତେ ଦାବି ଉପସ୍ଥାପନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ସମାବେଶରେ ପ୍ରମୋଦ ସାହାଣୀ, ମହେନ୍ଦ୍ର କୁମାର ମିଶ୍ର, ହରିପଦ ପଣ୍ଡା, ଅତୁଲ ଚନ୍ଦ୍ର ଗିରି, ଭୀମସେନ ଦାସ, ନିତ୍ୟାନନ୍ଦ ସେଠୀ, ରବୀନ୍ଦ୍ରନାଥ ସାହୁ, ଦୁର୍ଯ୍ୟୋଧନ ସେଠୀ, ସୈାରପ୍ରସାଦ ତ୍ରିପାଠୀ, ଉଦୟନାଥ ସାହୁ, ରାମଚନ୍ଦ୍ର ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଂଘର ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ବେହେରା ସମାବେଶର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର