ନିରାକାରପୁର, ୩୧/୦୧/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ଅଂଚଳ ଜଙ୍କିଆ ଥାନା ହେମନ୍ତପୁର ରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ ସେହି ଗ୍ରାମର ବାଉରୀବନ୍ଧୁ ସ୍ୱାଇଁ (୭୨)ା ସେ ଆଜି କଲବଲିଆ ପୋଖରୀ ନିକଟରେ ଥିବା ଲଙ୍କାଆମ୍ବ ଫିଲ କୁ ବାଡ କରିବାକୁ ଯାଇଥିଲେ । ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାରଲୋକେ ଖୋଜିଥିଲେ । ଫିଲ୍ଡ ଫାଖରେ ସେ ମରିପଡିଥିବା ଦେଖିଥିଲେ । ଏନେଇ ପୁଲିସ କୁ ଖବର ଦେବାରେ ପୁଲିସ ବନବିଭାଗକୁ ଖବର ଦେଇଥିବା ଜଣାଯାଇଛି । ଓଡ଼ିଶା ସମାଚାର