ପାଟକୁରା,୩୧/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଗ୍ରାମରେ ଥିବା ରାଇଜିଂ ୟୂଥ୍ କ୍ଲବ୍ ପକ୍ଷରୁ ଆଜି ୧୫ତମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ଉତ୍ସବରେ ବ୍ଲକର ସମ୍ପାଦକ ସଞ୍ଜୟ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ କାନାରା ବ୍ୟାଙ୍କ ନୂଆପଡା ଶାଖା ପରିଚାଳକ କୃଷ୍ଣଚନ୍ଦ୍ର ପଶାୟତ,ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଭଗବାନ ଜେନା ଓ ମୂଖ୍ୟ ବକ୍ତା ଭାବରେ ରାଜେଶ ସାମନ୍ତରାୟ ଉପସ୍ଥିତ ରହି ରାଇଜିଂ ୟୂଥ୍ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ କରାଯାଉଥିବା ଏହି କ୍ରିକେଟ୍ ଟୁର୍ଣ୍ଣାମେଂଟ ଅନୁଷ୍ଟିତ ହେଉଥିବାରୁ ସ୍ଥାନୀୟ ଅଂଚଳର ଖେଳାଳୀମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଥିବାବେଳେ, ଏହି ଖେଳ ପ୍ରତି ଖେଳାଳୀମାନଙ୍କ ହୃଦୟକୁ ଛୁଇଁ ଥିବା ସମ୍ପର୍କରେ କହିଥିଲେ । କ୍ଲବର ସଦସ୍ୟ ଜ୍ୟୋତି ପ୍ରକାଶ ପରିଡା ଅତିଥି ପରିଚୟ କରିଥିବାବେଳେ ରମାକାନ୍ତ ବାରିକ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅତିଥିମାନେ ପିଚ୍ ରେ ବଲ ଗଡାଇ ଖେଳର ଆନୁଷ୍ଟାନିକ ଉଦଘାଟନ କରିଥିଲେ । ଆଜିର ଟୁର୍ଣ୍ଣାମେଂଟ ର ପ୍ରଥମ ଦିନର ମ୍ୟାଚ୍ ରେ ମହାକାଳପଡା ବ୍ଳକ ଅନ୍ତର୍ଗତ କୋରଟପଙ୍ଗା କି୍ରକେଟ୍ ଟିମ୍ ସହିତ ମହାକାଳପଡା ବ୍ଳକ ଅନ୍ତର୍ଗତ ରାଜଗଡ କ୍ରିକେଟ ଟିମ୍ ମଧ୍ୟରେ ଖେଳ ଅନୁଷ୍ଟିତ ହୋଇଥିଲା । କୋରଟପଙ୍ଗା କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ଖେଳି ୧୬୭ ରନ୍ ସଂଗ୍ରହ କରିଥିବାବେଳେ, ଏହାର ଜବାବରେ ରାଜଗଡ କ୍ରିକେଟ୍ ଟିମ୍ ୫ ଉଇକେଟ୍ ବିନିମୟରେ ୧୬୮ରନ୍ ସଗ୍ରହ କରି ବିଜୟ ଘୋଷିତ ହୋଇଥିଲା । ଓଡ଼ିଶା ସମାଚାର