Thursday , March 23 2023
Home / ବିଶେଷ / ବାଇକ ଚାଳନା ସମୟରେ ମୋବାଇଲ ବ୍ୟବହାର ଯୋଗୁ ୭୫ହଜାର ଟଙ୍କା ଜୋରିମାନା ଆଦାୟ

ବାଇକ ଚାଳନା ସମୟରେ ମୋବାଇଲ ବ୍ୟବହାର ଯୋଗୁ ୭୫ହଜାର ଟଙ୍କା ଜୋରିମାନା ଆଦାୟ

କେନ୍ଦ୍ରାପଡା, ୩୧/୦୧/୨୦୨୧(ଓଡ଼ିଶା ସମାଚାର)- ଟାଉନ ଥାନା ପୋଲିସ ପକ୍ଷରୁ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଯାଂଚ କରାଯାଇ ବାଇକ ଚଳାଉଥିବା ସମୟରେ ମୋବାଇଲରେ କଥାବାର୍ତା ହେଉଥିବାରୁ ୧୫ଜଣ ବାଇକଚାଳକଙ୍କ ଠାରୁ ମୋଟ ୭୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସହରର କେଶପୁରବଜାର, ପୁରୁଣାବସଷ୍ଟାଣ୍ଡ, ମେଡିକାଲଛକ, ତିନିମୁହାଣିଛକ ପ୍ରଭୃତି ଅଂଚଳରେ ପୋଲିସର ଯାଂଚ ଚାଲିଥିବା ବେଳେ ବାଇକ ଚଳାଉଥିବା ସମୟରେ ଚାଳକମାନେ ମୋବାଇଲ ଫୋନରେ କଥାବାର୍ତା ହେଉଥିବାରୁ ସେମାନଙ୍କୁ ଧରାଯାଇ ଟାଉନ ଥାନା ପରିସରକୁ ଅଣାଯାଇଥିଲା । ସେଠାରେ ଉପସ୍ଥିତ ଥିବା ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଦକର, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା, ଟାଉନ ଥାନାର ଅତିରିକ୍ତ ଭାରପ୍ରାପ୍ତ ଇନିସପେକ୍ଟର ସାଇମନ ଲାକ୍ରା, ସବଇନିସପେକ୍ଟର ଅନ୍ତର୍ୟ୍ୟାମୀ ବିଶ୍ୱାଳ,ଏସ.ଆଇ. ସୈାମେନ୍ଦ୍ର  କୁମାର ଜାଲି, ଏସଆଇ. କାଦମ୍ବିନୀ ପରିଡା ଓ  ଏ.ଏସ.ଆଇ. ଶରତ ଚନ୍ଦ୍ର ବାରିକ ପ୍ରମୁଖ ବାଇକ ଚାଳକମାନଙ୍କୁ ବାଇକ ଚଳାଉଥିବା ସମୟରେ ମୋବାଇଲ ବ୍ୟବହାର ନକରିବା ସମ୍ପର୍କରେ ସଚେତନ କରାଇଥିଲେ । ଏହା ପରେ ସେହି ୧୫ଜଣ ବାଇକଚାଳକଙ୍କ ଠାରୁ ପ୍ରତ୍ୟେକ ୫ହଜାର କରି ମୋଟ ୭୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.