Wednesday , March 29 2023
Home / ବିଶେଷ / ବରେଣ୍ୟ ସାମ୍ବାଦିକ ଓ ଲେଖକ ସୁରେନ୍ଦ୍ର ମହାନ୍ତି (ସନତାନୀ)ଙ୍କ ସ୍ମୃତି ପୁସ୍ତକ ଉନ୍ମୋଚିତ

ବରେଣ୍ୟ ସାମ୍ବାଦିକ ଓ ଲେଖକ ସୁରେନ୍ଦ୍ର ମହାନ୍ତି (ସନତାନୀ)ଙ୍କ ସ୍ମୃତି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୩୧/୦୧/୨୦୨୧ (ଓଡ଼ିଶା ସମାଚାର)- ଦିବ୍ୟ ମୁଦ୍ରଣୀ ସାରସ୍ୱତ ମୁକ୍ତ ଚିନ୍ତନ ମଂଚ ଆନୁକୁଲ୍ୟରେ ବରେଣ୍ୟ ସାମ୍ବାଦିକ ଓ ଲେଖକ ସୁରେନ୍ଦ୍ର ମହାନ୍ତି (ସନତାନୀ)ଙ୍କ ସ୍ମୃତି ପୁସ୍ତକ “ସୁରେନ୍ଦ୍ର ସ୍ମାରକୀ” ବିଶିଷ୍ଠ ନାଟ୍ୟକାର ଅଧ୍ୟାପକ ରମେଶ ଦାସଙ୍କ ପୌରହିତ୍ୟରେ ଉନ୍ମୋଚିତ ହୋଇଯାଇଛି । ଅଧ୍ୟାପକ ବିଶ୍ୱରଞ୍ଜନ ପୁସ୍ତକକୁ ଉନ୍ମୋଚିତ କରି ସାମ୍ବାଦିକ ଓ ଲେଖକ ସୁରେନ୍ଦ୍ର ମହାନ୍ତି (ସନାତନୀ)ଙ୍କୁ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଉପଯୁକ୍ତ ଦାୟଦ ବୋଲି ଉଲ୍ଲେଖ କରିଥିଲେ ତଥା ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ତାଙ୍କର ସବୁ ରଚନା ସଂକଳିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଭିରାମ ପରମହଂସ ଆଶ୍ରିତ ପୂଜ୍ୟ ପ୍ରେମାନନ୍ଦ ବାବା ଯୋଗଦେଇ – ସୁରେନ୍ଦ୍ର ମହାନ୍ତି (ସନାତନୀ)ଙ୍କ ସାହିତି୍ୟକ ଦିଗ ବିଷୟରେ ଆଲୋଚନା କରିବା ସହ ତାଙ୍କର ଆବେଗିକ ଓ ଆଧ୍ୟାତ୍ମିକ ମୁହୂର୍ତର ସ୍ମୃତିଚାରଣା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପରମହଂସ ଆଶ୍ରିତା ତଥା ସ୍ୱର୍ଗତ ମହାନ୍ତିଙ୍କ ଧର୍ମପତ୍ନୀ ଛାତ୍ରବତ୍ସଳା ଶିକ୍ଷୟତ୍ରୀ ଅନୁପମା ଦାସ, ଅଧିବକ୍ତା ସର୍ବଶ୍ରୀ ଶୁଭେନ୍ଦୁ ରାଉତାରାୟ, ଶ୍ରୀମନ୍ତ ସାମନ୍ତରାୟ, ନବକିଶୋର ପରିଡ଼ା, ଶରତ ଆଚାର୍ଯ୍ୟ, ବଲାଙ୍ଗିର ଆର୍ୟୁବେଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେରସ ଯଜେ୍ଞଶ୍ୱର ନାଥ, ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ, ପୁରୀର ଡ. ରମାକାନ୍ତ ରାଉତ, କିସ୍ ବିଶ୍ୱିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ପ୍ରମୋଦିନି ଜେନା ଓ ହିନ୍ଦି ବିଭାଗ ମୁଖ୍ୟ ଡ. ସୁଧାଂଶୁବାଳା ସାହୁ, ବିଶିଷ୍ଟ କବି ରାମହରି ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ପରେ ଆୟୋଜିତ ଭଜନ ଆସରରେ ବିଶିଷ୍ଠ କଣ୍ଠଶିଳ୍ପୀ କୁମାରୀ ଋତମ୍ଭରା ଦାସ (ଶ୍ରଦ୍ଧା), ରଘୁନାଥ ସେଠୀ, ରଘୁରାଜ ପୁରୀର ସଂଗୀତ ଓ ନୃତ୍ୟ ବସନ୍ତ ମହାରଣା ଓ ଭୁବନେଶ୍ୱରର ଲିପ୍ସା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଭଜନ ପ୍ରସ୍ତୁତ କରିଥିଲେ । ଦିବ୍ୟ ମୁଦ୍ରଣୀ ସାରସ୍ୱତ ମୁକ୍ତ ଚିନ୍ତନ ମଞ୍ଚର ସମ୍ପାଦକ ତଥା ବିଶିଷ୍ଠ ପ୍ରଚ୍ଛଦପଟ ଶିଳ୍ପୀ, ଗାଳ୍ପିକ ଓ ପ୍ରକାଶକ ବିଭୁ ପ୍ରସୂନ ଦାସ ଉତ୍ସବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.