ପାରାଦୀପ ୩୧/୦୧/୨୦୨୧(ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପାରାଦୀପ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇ ଆସୁଅଛି । ସଂପ୍ରତି କରୋନା ସଂକ୍ରମଣ ଓ ଏହାର ପ୍ରତୀକାତ୍ମକ ନିତୀ ନିୟମ ଯୋଗୁଁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶିଥିଳତା ଆସିଥିବା ବେଳେ, ବନ୍ଦର ଚିକିତ୍ସାଳୟ ବିଭାଗ ନିୟମିତ ଅନ୍ତରରେ ସମସ୍ତ କୋଭିଡି-୧୯ ନିୟମ ପାଳନ କରି ଏହି କାର୍ଯ୍ୟକ୍ରମ କରି ଆସୁଅଛି । ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାତତ୍ୱାବଧାନରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ ରବିବାର ଦିନ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଚିକିତ୍ସାଳୟର ଆଭ୍ୟନ୍ତରିଣ ଓ ବାହାର ସ୍ଥାନକୁ ପରିସ୍କାର କରିଥିଲେ । ସୂଚନା ଥାଉକି, ମୁଖ୍ୟ ଚିକିତ୍ସାଧିକାରୀ ଡା.ପଣ୍ଡାଙ୍କ ଅନ୍ତରିକ ଉଦ୍ୟମ ଯୋଗୁଁ ଚିକିତ୍ସା ସମେତ ଚିକିତ୍ସାଳୟର ସ୍ୱଚ୍ଛତା କ୍ଷେତ୍ରରେ ବହୁ ଉନ୍ନତି ପରିଲକ୍ଷିତ ହୋଇଛି । ଓଡ଼ିଶା ସମାଚାର