Tuesday , March 28 2023
Home / ବିଶେଷ / ଫକୀର ମୋହନ ବଣିକ ସଂଘର ସଭାପତି ହେଲେ ଆଇନ୍ ଜୀବୀ କୈଳାସ ସାହୁ

ଫକୀର ମୋହନ ବଣିକ ସଂଘର ସଭାପତି ହେଲେ ଆଇନ୍ ଜୀବୀ କୈଳାସ ସାହୁ

ପାରାଦୀପ ୩୧/୦୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମଧୁବନସ୍ଥିତ ଫକୀର ମୋହନ ମାର୍କେଟ(କେବିନ୍ ମାର୍କେଟ)ର ସଭାପତି ଭାବେ ଆଇନ୍ ଜୀବୀ କୈଳାସ ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏହି ପରିପ୍ରେକ୍ଷିରେ ଅନୁଷ୍ଠିତ ବୈଠକରେ ତୋଫାନ କୁମାର ସେନାପତି ସଭାପତିତ୍ୱ କରିଥିଲେ । କାର୍ଯ୍ୟକାରୀ ସଭାପତି ଭାବେ ଉଜ୍ଜଳ କୁମାର ସାହୁ, ଉପସଭାପତି ଭାବେ ତୋଫାନ ସେନାପତି, ସାଧାରଣ ସଂପାଦକ ସଂଜୟ କୁମାର ସୂତାର, ସହ-ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ଓ କୋଷାଧ୍ୟକ୍ଷ ଭାବେ ଅରବିନ୍ଦ ସ୍ୱାଇଁ ମନୋନୀତ ହୋଇଛନ୍ତି । ନୂତନ କର୍ମକର୍ତାମାନଙ୍କୁ ଫକୀର ମୋହନ ମାର୍କେଟର ସମସ୍ତ ବ୍ୟବସାୟୀ ମାନେ ଅଭିନନ୍ଦନ ଜଣାଇଛନ୍ତି । ମାର୍କେଟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକୀୟ ସମସ୍ତ ସହଯୋଗ କରିବାକୁ ସଭାପତି ଆଇନ୍ ଜୀବୀ ଶ୍ରୀ ସାହୁ କହିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.