ପାରାଦୀପ ୩୧/୦୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲଙ୍କୁ ଡିଏସପି ଭାବେ ପଦୋନ୍ନତି ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ପଦୋନ୍ନତି ତାଲିକାରେ ଶ୍ରୀ ସାମଲଙ୍କ ନାମ ପ୍ରକାଶିତ ହେବା ଜାଣିବା ପରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ଓ ସାମ୍ବାଦିକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରାଦୀପ ଥାନା ଆଦର୍ଶ ଥାନା ରୂପେ ଘୋଷଣା ହେବା ପରେ ଶ୍ରୀ ସାମଲ ପାରାଦୀପ ଆଦର୍ଶ ଥାନାର ପ୍ରଥମ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ପାରାଦୀପର ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରି ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖି ପାରିଛନ୍ତି । ଗତ ବର୍ଷ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ ପୋଲିସ୍ ମେଡାଲ ପାଇ ବେଶ୍ ପ୍ରଶଂସିତ ହୋଇଥିଲେ ଶ୍ରୀ ସାମଲ । ପାରାଦୀପ ପୂର୍ବରୁ ସେ ରେଙ୍ଗାଲୀ ଥାନାର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ସଫଳତା ହାସଲ କରିଥିଲେ । ଓଡ଼ିଶା ସମାଚାର
Check Also
୪ଟି ଟ୍ରେନ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ପାରାଦୀପ,୨୫/୦୫/୨୦୨୨( ଓଡ଼ିଶା ସମାଚାର )- ଆମ ପାରାଦୀପ ଆମ ପ୍ରଗତି ପକ୍ଷରୁ ବୁଧବାର ଦିନ ବାପି ସର୍ଖେଲଙ୍କ ନେତୃତ୍ୱରେ ପାରାଦୀପ …