Sunday , April 2 2023
Breaking News
Home / ତାଜା ଖବର / ତାଜା ଖବର : ପିକଅପ୍ ଭ୍ୟାନ ଓଲଟି ୮ ରୁ ଅଧିକ ମୃତ, ୧୦ ରୁ ଅଧିକ ଆହତ

ତାଜା ଖବର : ପିକଅପ୍ ଭ୍ୟାନ ଓଲଟି ୮ ରୁ ଅଧିକ ମୃତ, ୧୦ ରୁ ଅଧିକ ଆହତ

କୋଟପାଡ଼,୩୧/୦୧/୨୦୨୧(ଓଡ଼ିଶା ସମାଚାର)- ଏକ ଦଶାହ ଭୋଜିରେ ଯୋଗଦେଇ ଛତିଶଗଡ଼ର ଏକ ଗ୍ରାମକୁ ପିକଅପ୍ ଭ୍ୟାନରେ ଫେରୁଥିବାବେଳେ ଗାଡ଼ିଟି ଓଲଟିପଡ଼ିବା ଫଳରେ ୮ ରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି ଓ ୧୦ ରୁ ଅଧିକ ଆହତ ହୋଇଛନ୍ତି । ମୃତକ ଓ ଆହତମାନେ ସମସ୍ତେ ଛତିଶଗଡ଼ ର ଲୋକ । ସେମାନେ କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ମୁର୍ତାହାଣ୍ଡି ପଂଚାୟତର ସିନ୍ଧୁଗୁଡ଼ା ଗ୍ରାମରେ ଏକ ଦଶାହ ଭୋଜିରେ ଯୋଗଦେଇ ଛତିଶଗଡ଼ ଫେରୁଥିବାବେଳେ ଏହି ଦୂର୍ଘଟଣା ଘଟିଛି । ଅନ୍ଧାର ମଧ୍ୟରେ ଉଦ୍ଧାର କାର୍ଯ୍ୟ କରାଯାଉଛି । ଆହତ ମାନଙ୍କୁ କୋଟପାଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଏହି ପିକଅପ୍ ଭ୍ୟାନ ରେ ୨୫ ରୁ ଅଧିକ ଲୋକ ଥିଲେ । ବୋରିଗୁମା ଡ଼ିଏସପି ହରେକୃଷ୍ଣ ସତପଥି ଘଟଣାସ୍ଥଳରେ ଅଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାର ସମ୍ଭାବନା ରହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.