ଭୁବନେଶ୍ୱର, ୩୧/୦୧/୨୦୨୧ (ଓଡ଼ିଶା ସମାଚାର)- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପବିତ୍ର ତିରୋଧାନ ଦିବସ ସ୍ଥାନୀୟ ଜାଭିୟର ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କଠାରେ ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଶାନ୍ତି ପଦଯାତ୍ରା ଆୟୋଜିତ ହେବା ସେଙ୍ଗ ସେଙ୍ଗ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଧାଂଶୁ ମହାପାତ୍ର, ଅଭୟ ବଡ଼ଜେନା, ସମ୍ପାଦକ କେଶବ ରଣା, ପ୍ରମୋଦ ପରିଡ଼ାଙ୍କ ସମେତ ଅନୁଷ୍ଠାନର କର୍ମକର୍ତାମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର