Sunday , May 29 2022
Home / ବିଶେଷ / ଗାନ୍ଧିଜୀଙ୍କ ବଳିଦାନ ଦିବସ : ବିଶ୍ୱଭ୍ରମଣ କରି ଗାନ୍ଧୀଙ୍କ ବାଣୀ ପ୍ରଚାର କରିବେ ସାରା ବିଶ୍ୱରେ ସୁନାମ ଆଣିଥିବା ଓଡ଼ିଆପୁଅ ସିଲଭର ଗାନ୍ଧୀ

ଗାନ୍ଧିଜୀଙ୍କ ବଳିଦାନ ଦିବସ : ବିଶ୍ୱଭ୍ରମଣ କରି ଗାନ୍ଧୀଙ୍କ ବାଣୀ ପ୍ରଚାର କରିବେ ସାରା ବିଶ୍ୱରେ ସୁନାମ ଆଣିଥିବା ଓଡ଼ିଆପୁଅ ସିଲଭର ଗାନ୍ଧୀ

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଲେ ସିଲଭର ଗାନ୍ଧୀ ଟିମ
ଭୁବନେଶ୍ୱର, ୩୧/୦୧/୨୦୨୧ (ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀଙ୍କ ୭୩ତମ ବଳିଦାନ ଦିବସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗାନ୍ଧୀବେଶଧାରୀ ସିଲଭର ଗାନ୍ଧୀଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବସାଇଟ ‘ଗାନ୍ଧୀ ଇନ୍ ଓଡ଼ିଶା ୧୦୦ ଇୟର୍ସ’ ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସୂଚନା, ପ୍ରଯୁକ୍ତି ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ । ମାର୍ଚ୍ଚ ୨୩ରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ୧୦୦ ବର୍ଷ ପୁରିବ । ଗାନ୍ଧୀଙ୍କ ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଘରେ ଘରେ ପହଂଚିବ ଗାନ୍ଧୀଙ୍କ ଆଦର୍ଶ ବାଣୀ । ସିଲଭର ଗାନ୍ଧୀ ସାରା ବିଶ୍ୱ ଭ୍ରମଣ କରି ଗାନ୍ଧୀଙ୍କ ଅହିଂସା ବାଣୀ ପ୍ରଚାର ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ଏଥିପାଇଁ ସିଲଭର ଗାନ୍ଧୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ପୂର୍ବରୁ ମଧ୍ୟ ସିଲଭର ଗାନ୍ଧୀ ନାମରେ ଏକ ବଲିଉଡ଼ ଚଳିଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇସାରିଛି ।
ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ଦୀର୍ଘଦିନ ଧରି ଓଡ଼ିଶାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ ଅଭିଯାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାକୁ ସମ୍ବିଧାନ ମୁଖବନ୍ଧରେ ସାମିଲ କରିବା ସାମିଲ କରିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ସେ ବିଷୟ ଲୋକଙ୍କୁ ସଚେତନତାର ବାର୍ତା ବାଂଟି ଆସୁଥିଲେ । ପୂର୍ବରୁ ସେ ଦିଲ୍ଲୀ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏହାପରେ ସିଲଭର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ୨୧ଟି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିସାରିଛନ୍ତି ଯାହା ଆମ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଓଡ଼ିଶା ସମାଚାର

About admin

Check Also

ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ

ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …

Leave a Reply

Your email address will not be published. Required fields are marked *