Thursday , March 23 2023
Home / ବିଶେଷ / ସିରିଡ଼ି ସାଇ ସେବା ପ୍ରତିଷ୍ଠାନର ୪ର୍ଥ ବାର୍ଷିକ ଉତ୍ସବ ଉଦଯାପିତ 

ସିରିଡ଼ି ସାଇ ସେବା ପ୍ରତିଷ୍ଠାନର ୪ର୍ଥ ବାର୍ଷିକ ଉତ୍ସବ ଉଦଯାପିତ 

ତାରପୁର,୩୦/୦୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗା ଠାରେ ସିରିଡ଼ି ସାଇ ସେବା ପ୍ରତିଷ୍ଠାନ ପକ୍ଷରୁ ଚାଲିଥିବା ୪ର୍ଥ ବାର୍ଷିକ ଉତ୍ସବ  ଉଦଯାପିତ ହୋଇ ଯାଇଛି ।  ଗତ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୩ ଦିନ ଚାଲିବା ପରେ ଆଜି ଶନିବାର ପୂର୍ଣ୍ଣାହୂତି ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଆଖ ପାଖ ଅଂଚଳରେ ସାଇ ମନ୍ଦିର  ନଥିବାରୁ ଦୂର ଦୂରାନ୍ତରୁ ବହୁ ସାଇ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ଏଠାରେ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାର ଭକ୍ତଙ୍କ ସମାଗମକୁ ଲକ୍ଷ ରଖି ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ଼ ଗାଇଡ଼ଲାଇନ କୁ କଡ଼ାକଡ଼ି ଭାବେ ପାଳନ କରାଯାଇଥିଲା । ଏଥି ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଶୌଚାଳୟ, ପାଣି ଓ ଟ୍ରାଫିକ ର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁଙ୍କ ମନୋରଂଜନ ପାଇଁ ଧର୍ମ ପ୍ରବଚନ ସହିତ ଭଜନ ଓ କୀର୍ତନର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଦୂରଦୂରାନ୍ତର ସାଇ ଭକ୍ତ ଏଠାରେ ଉପସ୍ଥିତ ହୋଇ ସାଇକୃପା ଲାଭ କରିବା ସହିତ ଏହି ଉତ୍ସବ ର ଉତରୋତର ଉନ୍ନତି କାମନା କରିଥିଲେ । ଅନୁଷ୍ଠାନର ସ୍ଥାୟୀ ସଭାପତି ତଥା ବିଧାୟକ ବିଜୟ ଶଙ୍କର ଦାସ, ଟ୍ରଷ୍ଟି ବିଜୟ ପାଲଟା ସିଂ, ସମ୍ପାଦକ ଇଂ ବାବାଜୀ ଚରଣ ଜେନା,କୋଷାଧ୍ୟକ୍ଷ ପାର୍ଥଶଖା ପାଲଟା ସିଂ , ଉପଦେଷ୍ଟା ଦିଲିପ କୁମାର ରଥ, ଗଙ୍ଗାଧର ଜେନା, ମାନସ କୁମାର ମହାପାତ୍ର, ବଟକୃଷ୍ଣ ନାୟକ, ପ୍ରକାଶ ଜେନା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୂରୂପେ ସମ୍ପାଦନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.