Saturday , March 25 2023
Breaking News
Home / ତାଜା ଖବର / ଯାତ୍ରୀବାହୀ ବସ୍ ଓଲଟି ୫ଜଣ ଯାତ୍ରୀ ଆହତ

ଯାତ୍ରୀବାହୀ ବସ୍ ଓଲଟି ୫ଜଣ ଯାତ୍ରୀ ଆହତ

ମୁନିଗୁଡା ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି । ଫଳରେ ବସ ରେ ଥିବା ୫ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ‘ରଘୁନାଥ’ ନାମକ ବସ୍ ଟି ବଡମ୍ବାରୁ ଜୟପୁର ଅଭିମୁଖେ ଯାଉଥିଲା । ହେଲେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ବେଠିଆପଡ଼ା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟଲୋକ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପୋଲିସ କୁ ଜଣାଇଥିଲେ ।
ଆଜି ଭୋର୍ ପ୍ରାୟ ୪ଟା ବେଳେ ଏହି ‘ରଘୁନାଥ’ ନାମକ ବସ୍ ଟି ବିସମକଟକ ଅତିକ୍ରମ କରିଥିଲା। ରାଜ୍ୟ ରାଜପଥର ଅବସ୍ଥା ଖରାପ ଯୋଗୁଁ ବସ୍ଟି କୁମ୍ଭାରଢାମୁଣି ଗାଁ ରାସ୍ତା ଦେଇ ରାୟଗଡ଼ା ଅଭିମୁଖେ ଆସୁଥିଲା। ବାଟରେ ଥିବା ଏକ ବୁଲାଣିରେ ବସ୍ ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯିବାରୁ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.