ତାରପୁର, ୩୦/୦୧/୨୦୨୧(ଓଡ଼ିଶା ସମାଚାର)-ନିଶ୍ଚିନ୍ତକୋଇଲି ବ୍ଲକ୍ କୃଷି କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଉତରକୂଳ ପଂଚାୟତର ପିଁପୁର ଜାଗୁଳେଇ ପୀଠ ଠାରେ ବିହନ ବିଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ କୃଷି ଅଧିକାରୀ ରବିନାରାୟଣ ପାତ୍ର ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ବିହନ ରୋଗମୁକ୍ତ କରାଇବା ଓ ବିହନ ଜନିତ ରୋଗଠାରୁ ଫସଲକୁ ରକ୍ଷା କରାଯିବା ସହିତ କିପରି ଅଧିକରୁ ଅଧିକ ଅମଳ ହୋଇ ପାରିବ, ସେ ବିଷୟରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସ୍ଥାନୀୟ ସରପଂଚ ଦିଲିପ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ । କୃଷି ଅଧିକାରୀ ସିଦ୍ଧାର୍ଥ ସାରଥୀ ପରିଡ଼ା ଚାଷୀମାନଙ୍କୁ ମାସ୍କ ଓ ବିଶୋଧକ ବଂଟନ କରିଥିଲେ । ବିହନ ବିଶୋଧନ ପ୍ରକି୍ରୟା ବାବଦରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ଭିଏଡ଼ବ୍ଲ୍ୟୁ ଶୁଭ୍ରାଂଶୁ ବେହେରା, କୃଷକ ସାଥି ପ୍ରତାପ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର