Sunday , April 2 2023
Breaking News
Home / ବିଶେଷ / ପୁଷ୍ଟି ମହୋତ୍ସବ ଅନୁଷ୍ଠିତ 

ପୁଷ୍ଟି ମହୋତ୍ସବ ଅନୁଷ୍ଠିତ 

ଗରଦପୁର, ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଜୟତଳଙ୍ଗ ଠାରେ ଜିବୀକା ମିଶନ ତରଫରୁ ଓଡ଼ିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥବ ଭାବେ ସରପଂଚ ମଳୟା ବାସିନୀ ମହାନ୍ତି ଓ ସମାନୀତ ଅତିଥି ଭାବେ ମିଶନ ଶକ୍ତି ର ବ୍ଲକ ଅଧିକାରୀ ରବିନ୍ଦ୍ର ପଢ଼ିହାରୀ , ପ୍ରଶାନ୍ତ କୁମାର ରାଉତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପଂଚାୟତ ମହାସଂଘର ସଭାନେତ୍ରୀ କାଂଚନ ସ୍ୱାଇଁ, ସମ୍ପାଦିକା ଗୀତାଂଜଳୀ ମହାନ୍ତି , ବ୍ୟାଙ୍କ ମିତ୍ର ଝିଲି ସାହୁ , ଏମବିକେ ସୁମିତ୍ରା ଓଝା , କୋଷାଧ୍ୟକ୍ଷ ଉଷାରାଣୀ ବାରିକ ଙ୍କ ସମେତ ସହାୟିକା ପ୍ରଜ୍ଞା ପଣ୍ଡା, ସୁଜାତା ରାଉତ, ମମତା ଦାଶ, ଲେଖା ସିଂ , ଶଶିକଳା ଦାଶ, ସୁଜାତା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଜିବୀକା ମିଶନ ର ସମସ୍ତ ଆଂଚଳିକ ମଂଚ , ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ , ୱାର୍ଡ଼ ମେମ୍ବର , ଶିକ୍ଷକ ଓ ମିଶନ ଶକ୍ତି ର ପିଏଲସି ଓ ବିପିଏମ ଉପସ୍ଥିତ ରହି ମହୋତ୍ସବର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.