Saturday , April 1 2023
Breaking News
Home / ବିଶେଷ / ପିପିଏଲ୍ ଡିଏଭି ସ୍କୁଲ ପକ୍ଷରୁ ବହୁମୁଖୀ ପ୍ରତିଭା ପ୍ରଦର୍ଶନୀ ଆୟୋଜିତ

ପିପିଏଲ୍ ଡିଏଭି ସ୍କୁଲ ପକ୍ଷରୁ ବହୁମୁଖୀ ପ୍ରତିଭା ପ୍ରଦର୍ଶନୀ ଆୟୋଜିତ

ପାରାଦୀପ ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ପିପିଏଲ୍ ଡିଏଭି ସ୍କୁଲ ପରିସରରେ ବହୁମୁଖୀ ପ୍ରତିଭା ପ୍ରଦର୍ଶନୀ “ଦି କନଫ୍ଲୁଏନସ” ଅନୁଷ୍ଠିତ ହୋଇଥିଲା । ଶନିବାର ଦିନ ପୂର୍ବାହ୍ନରେ ଏହି ପ୍ରଦର୍ଶନୀକୁ ପିପିଏଲ୍ ର ସିଓଓ ରଂଜିତ୍ ସିଂ ଚୁଗ୍ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉସôବରେ ପିପିଏଲ୍ ର ମାନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଂଟିଆ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଡିଏଭି ସ୍କୁଲର ଆଂଚଳିକ ଅଧିକାରୀ ଡ. କେ.ସି. ଶତପଥି, ଡ. ସୁଜାତା ସାହୁ, ବଳରାମ ବେହେରା ଭର୍ଚ୍ଚୁଆଲ୍ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପିପିଏଲ୍ ଡିଏଭି ସ୍କୁଲର ଅଧ୍ୟକ୍ଷ ସଂଜୀବ କୁମାର ସାହୁ ମାର୍ଗ ଦର୍ଶନ ଦେଇଥିଲେ । ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟତ୍ରୀ ରୀନା ମହାପାତ୍ର ପରିଚାଳନା କରିଥିବା ବେଳେ ବୃନ୍ଦାବନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.