Saturday , April 1 2023
Breaking News
Home / ବିଶେଷ / ପାରାଦ୍ୱୀପ ପୋର୍ଟ ଶ୍ରମିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀ – ନୂତନ କର୍ମକର୍ତା ମନୋନୀତ

ପାରାଦ୍ୱୀପ ପୋର୍ଟ ଶ୍ରମିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀ – ନୂତନ କର୍ମକର୍ତା ମନୋନୀତ

ପାରାଦ୍ୱୀପ ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ପୋର୍ଟ ଶ୍ରମିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀ ପାରାଦ୍ୱୀପର ମଧୁବନ ସ୍ଥିତ ଶ୍ରମିକ ଭବନ ଠାରେ ଜାନୁଆରୀ ୨୯ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରାଦ୍ୱୀପ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ପରିବର୍ତିତ ଶ୍ରମ ଆଇନ୍ ଓ ଶ୍ରମିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସଂଘର ସାଧାରଣ ସମ୍ପାଦକ ନନ୍ଦଲାଲ ସିଂ ଶ୍ରମିକ ମାନଙ୍କ ଦାବି ହାସଲ ପାଇଁ ବିଭିନ୍ନ ପ୍ରତିବନ୍ଧକ ବିଷୟରେ ସୂଚନା ଦେବା ସହ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ ୨୦୨୧ ମସିହା ପାଇଁ ନୂତନ କର୍ମକର୍ତା ଭାବେ ସର୍ବସମ୍ମତି କ୍ରମେ ରାମଶଙ୍କର ରାମ ସଭାପତି, ବସନ୍ତ କୁମାର ବିଶ୍ୱାଳ କାର୍ଯ୍ୟକାରୀ ସଭାପତି, ନନ୍ଦଲାଲ ସିଂ ସାଧାରଣ ସଂପାଦକ, ଚିତରଞ୍ଜନ ବିଶ୍ୱାଳ, ମହେଶ୍ୱର ସୋରେନ, ବିଜୟ କୁମାର ରଥ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ତପନ କୁମାର ପାତ୍ରୋ, ବିଶ୍ୱରଂଜନ ଦାସ, ସଚିତ୍ରାନନ୍ଦ ଶତପଥି, ବିଚିତ୍ରାନନ୍ଦ ପ୍ରଧାନ, ଆଲୋକ ମହାପାତ୍ର, ବିଜୟ କୁମାର ସାହୁ ଓ ମନୋଜ ପଲେଇ ସଂପାଦକ ଭାବେ ଏବଂ ରୂପେଇ ସୋରେନ, କୃଷ୍ଣ ଚନ୍ଦ୍ର ନାୟକ, ପଂଚାନନ ରଣା, ହିମାଂଶୁ ମହାନ୍ତି ଓ କେଦାରନାଥ ସେଠୀ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.