Sunday , April 2 2023
Breaking News
Home / ବିଶେଷ / ପରକଣାରେ ପୂଷ୍ୟା ଲକ୍ଷ୍ମୀ  ପୂଜା ଉତ୍ସବ  

ପରକଣାରେ ପୂଷ୍ୟା ଲକ୍ଷ୍ମୀ  ପୂଜା ଉତ୍ସବ  

ଗରଦପୁର ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ପୂଷ୍ୟା ଲକ୍ଷ୍ମୀପୂଜା ଉତ୍ସବ ଅନୁଷ୍ଠିତ ହେଉଛି । ଗ୍ରାମର ସ୍କୁଲ ନିକଟସ୍ଥ ସ୍ଥାନରେ ପୂଜା ମଣ୍ଡପ କରାଯାଇ ମା’ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂତୀ ନିର୍ମାଣ କରାଯାଇ ପୌଷ ପୂର୍ଣ୍ଣମୀ ଦିନ ଠାରୁ ପାରମ୍ପାରିକ ଭାବରେ ପୂଜାର୍ଚ୍ଚନା କରାଯାଉଛି । ଏହି ପୂଜା ଉତ୍ସବ ୭ ଦିନ ଧରି ଅନୁଷ୍ଠିତ ହୋଇ ବୁଧବାର ଦିନ ଭଷାଣ କାର୍ଯ୍ୟକ୍ରମ ରହିଥିବା ଅୟୋଜକମାନେ ପ୍ରକାଶ କରିଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଭଜନ,କିର୍ତନ ଆଦି ଅନୁଷ୍ଟିତ ହେଉଛି । ଏହି ପୂଜା ଅବସରରେ ଗ୍ରାମରେ ପ୍ରତ୍ୟେକ ପରିବାରଙ୍କ ଘର ଦୂଆର ମୁହଁରେ ଶୁଭ କଳସୀ ସ୍ଥାପନା କରାଯିବା,ପରିବାରେ ହବିଷ୍ୟାନ୍ନ ହେବା ଆଦି କାର୍ଯ୍ୟକ୍ରମ କରାଯାଉଛି । ଗତକାଲି ସନ୍ଧ୍ୟାରେ ପୂଜା ମଣ୍ଡପ ନିକଟରେ ଭଜନ ସମାରୋହ ଅନୁଷ୍ଟିତ କରାଯାଇଥିଲା । ପୂଜା କମିଟ ସଭାପତି ପ୍ରଦୀପ୍ କୁମାର ବେହେରା, ସମ୍ପାଦକ ଦେବଦ ସେଠୀ, ପ୍ରଫୁଲ୍ଲ କୁମାର ସାହୁ, ଗୌରାଙ୍ଗ ଚରଣ ନାୟକ, ଫକିର ପାତ୍ର, ମିଟୁଆ ବେହେରା,ମହେଶ୍ୱର ସେନାପତି, ସୀତାକାନ୍ତ ମହାପାତ୍ର,ଅଶୋକ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ନାଥ,କୁନା ମହାନ୍ତି,ଜଗନ୍ନାଥ ବେହେରା କୈଳାଶ ଚନ୍ଦ୍ର ମିଶ୍ର ଓ ବସନ୍ତ କୁମାର ବେହେରା ପ୍ରମୁଖ ପୂଜା କମିଟ୍ର ସଦସ୍ୟମାନେ ପୂଜା ଉତ୍ସବ ପରିଚାଳନା କରୁଛନ୍ତି । ଗ୍ରାମରେ ପ୍ରାୟ ତିନି ପିଢି ହେଲା ପ୍ରତ୍ୟେକ ବର୍ଷ ଏହି ପାରମ୍ପାରିକ ପୂଜା ଉତ୍ସବ ଅନୁଷ୍ଟିତ ହୋଇ ଆସୁଥିବା ପୂଜା କମିଟ୍ ସଭାପତି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.