ନିଶ୍ଚିନ୍ତକୋଇଲି, ୩୦/୦୧/୨୦୨୧ (ଓଡିଶା ସମାଚାର/ଅଭୟ ଜେନା): ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ର ନବମ ବୈଠକ ବ୍ୟତିକ୍ରମ ମଧ୍ୟ ରେ ଶେଷହୋଇଛି।ଏହି ବୈଠକ ପଞ୍ଚାୟତ ସମିତି ସଭାଗୃହ ରେ କରାନଯାଇ ସ୍ଥାନୀୟ ମହିମା ମିଶ୍ର ଙ୍କ ଫାର୍ମ ହାଉସ ପରିସରରେ ହୋଇଥିଲା। ଏଥିରେ ଆଇନ ଓ ପଞ୍ଚାୟତ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିବା ବେଳେ କଟକ ସଦର ନିର୍ବାଚନ ମଣ୍ଡଳୀ ର ୧୪ ଟି ପଞ୍ଚାୟତ ରୁ ତିଳକଣା,ବନ୍ଧୁପୁର ଓ ବାବୁଜଙ୍ଗ ପଂଚାୟତ କୁ ଛାଡି ଅନ୍ୟ ପଞ୍ଚାୟତ ଗୁଡିକ ର ପ୍ରତିନିଧି ମାନେ ଯୋଗ ଦେଇନଥିବା ସୂଚନା ମିଳିଛି। ପଞ୍ଚାୟତ ସମିତି ବୈଠକ ସରକାରୀ କାର୍ୟ୍ୟକ୍ରମ ହୋଇଥିବା ବେଳେ ଏହା କୁ ଘରୋଇ ଫାର୍ମ ହାଉସ ରେ ବୈଠକ କରିବାକୁ କିପରି ବ୍ଲକ ପ୍ରଶାସନ ନିଷ୍ପତି ନେଲେ ସେ ନେଇ ସଦର ବିଧାୟ ଚନ୍ଦ୍ର ସାରଥୀ ବେହେରା ଅସନ୍ତୋଷ ପ୍ରକାଶ କରିଥିବା କୁହାଯାଉଛି। ବିଭିନ୍ନ ଉନ୍ନୟନ କାର୍ୟ୍ୟ ରେ କଟକ ସଦର ନିର୍ବାଚନ ମଣ୍ଡଳୀ କୁ ଅଣଦେଖା କରାଯାଉଥିବା ରୁ ସମ୍ପୃକ୍ତ ଲୋକପ୍ରତିନିଧି ମାନେ ଏହା କୁ ବର୍ଜନ କରିଥିବା ଆଲୋଚ୍ୟ ର ବିଷୟ ହୋଇଛି। ସେହିପରି ଆଜିର ବୈଠକ ଚାଲିଥିଲେ ହେଁ ମଦ ମାଂସ ର ଫୁଆରା ଚାଲିଥିବା ଚର୍ଚ୍ଚା ଜୋର ଧରିଛି। କରୋନା କଟକଣା ସାରିନଥିବା ବେଳେ ଏ ନେଇ ପ୍ରତିକ୍ରିୟା ସୃଷ୍ଟିକରିଛି।କେତେକ ସନ୍ତୁଷ୍ଟ ଗୋଷ୍ଠି ର ବ୍ୟକ୍ତି ଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ଅଧ୍ୟକ୍ଷା ଙ୍କ ପ୍ରତିନିଧି ଅଶୋକ ଓଝା, ବିଡ଼ିଓ ତଥା ବିଭିନ୍ନ ଅଧିକାରୀ ମାନେ ଯୋଗଦେଇଥିଲେ। ଓଡ଼ିଶା ସମାଚାର