ନିରାକାରପୁର, ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରିଠାରେ ମା ଭଗବତୀ ଫୁଟବଲ ଆସୋସିଏସନ ତରଫରୁ ୭ମ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ର ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ବାଲାଜୀ ଫଟବଲ ଏକାଡ଼େମୀ, ଜଟଣୀକୁ ଖୋର୍ଦ୍ଧା ଆର.ଏନ ଏକାଡ଼େମୀ ଭେଟିଥିଲା । ପ୍ରଥମାର୍ଦ୍ଧରେ ଖେଳ ସଂଘର୍ଷପୂର୍ଣ୍ଣ ଥିବାବେଳେ ଖେଳ ଶେଷ ସମୟରେ ବାଲାଜୀ ଏକାଡ଼େମୀର ସଞ୍ଜିତ ପାନ୍ନା ଆରଏନକୁ ଦୁଇଟି ଗୋଲ ଦେଇ ଦଳର ସ୍ଥିତିକୁ ମଜବୁତ କରାଇ ଆଗୁଆ ରହିଥିଲେ । ପରେ ଦ୍ୱିତୀୟାର୍ଦ୍ଧରେ ଆରଏନ ଏକାଡ଼େମୀ ,ଖୋcମୀ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ଫକୀର ଚରଣ ନିସଙ୍କ ,ଶରତ ଚନ୍ଦ୍ର ଛୋଟରାୟ,ସୁକାନ୍ତ ପ୍ରଧାନ ଓ ବିଶ୍ୱଜିତ ସାହୁ ପରିଚାଳନା କରିଥିଲେ ।ଆଜି ମୁଖ୍ୟ ଅତିଥିଭାବେ ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା,ସମ୍ମାନୀତ ଅତିଥିଭାବେ ଛଣଗିରି ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ବସନ୍ତ କୁମାର ଶଖୁଂଆ,ପ୍ରଧାନଶିକ୍ଷକ ଘନଶ୍ୟାମ ସ୍ୱାଇଁ, ମା ଭଗବତୀ ଆସୋସିଏସନର ସଂପାଦକ ସୁଶାନ୍ତ କୁମାର ଗଜେନ୍ଦ୍ର, କୋଷାଧ୍ୟକ୍ଷ ଏସ.କେ ଇସ୍ରାଏଲ,ଫିଲ୍ଡ ମ୍ୟାନେଜର ଅକ୍ଷୟ କୁମାର ଚୈାହାନ ଓ ଆସୋସିଏସନ ର ସଭାପତି ମାନସ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳର ବିବରଣୀକୁ ଚନ୍ଦନ ମିଶ୍ର ଉପସ୍ଥାପନ କରିଥିଲେ । ଆସନ୍ତାକାଲିର ଫାଇନାଲ ମ୍ୟାଚ ବାଲାଜୀ ଏକାଡ଼େମୀ ,ଜଟଣୀ ଓ ଯଦୁମଣି ସ୍ପୋଟର୍ସ କ୍ଲବ ଇଟାମାଟି ,ନୟାଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର