Saturday , April 1 2023
Breaking News
Home / ତାଜା ଖବର / ଆଜି ପୁଣି କଟକରେ ନକଲି ଘିଅ କାରଖାନା ଉପରେ ପୋଲିସ ର ଚଢ଼ାଉ – ଜଣେ ଅଟକ

ଆଜି ପୁଣି କଟକରେ ନକଲି ଘିଅ କାରଖାନା ଉପରେ ପୋଲିସ ର ଚଢ଼ାଉ – ଜଣେ ଅଟକ

କଟକ, ୩୦/୦୧/୨୦୨୧(ଓଡ଼ିଶା ସମାଚାର)- ଆଜି ପୁଣି କଟକରେ ନକଲି ଘିଅ କାରଖାନା ଠାବ କରାଯାଇଛି । ସିଡ଼ିଏ ସେକ୍ଟର-୯ ଅଞ୍ଚଳରେ ଏକ ନକଲି ଘିଅ କାରଖାନା ମର୍କତନଗର ଥାନା ପୁଲିସ ଠାବ କରିଛି । ନକଲି ଘିଅ କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରାଯାଇଛି। ଚଢ଼ାଉ ସମୟରେ କମ୍ପାନିଟି ଢ଼େଙ୍କାନାଳର ଟ୍ରେଡ଼ ଲାଇସେନ୍ସରେ କଟକରେ ଚାଲୁଥିବା ଜଣା ପଡ଼ିଛି। ନକଲି ଘିଅ ଜବତ କରାଯାଇଥିବାବେଳେ ବିପୁଳ ପରିମାଣର ନକଲି ଘିଅ, ଲୋଗୋ, ପ୍ୟାକିଂ ମେସିନ ଜବତ କରାଯିବା ସହ ମର୍କତନଗର ଥାନା ପୁଲିସ କାରଖାନାର ମାଲିକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଘିଅକୁ ଟେଷ୍ଟିଙ୍ଗ ପାଇଁ ଲ୍ୟାବକୁ ପଠାଯିବ ବୋଲି ସୂଚନା ମିଳିଛି। ତେବେ ଏହା ଖାଇବା ଘିଅ ନୁହେଁ । ଏହା ଦୀପ ରେ ଜଳିବା ପାଇଁ ଓ ହୋମ ପାଇଁ ପ୍ରସ୍ତୁତ ହେଉଥିବା ଘିଅ । ଏହାର ପ୍ୟାକ ରେ ଖାଇବା ପାଇଁ ନୁହେଁ ବୋଲି ଲେଖାଯାଇଥିବା ଓ ଏହା ନକଲି ନୁହେଁ । ଢ଼େଙ୍କାନାଳରେ ଏହା ପ୍ରସ୍ତୁତ ହୋଉଥିବା ଏବଂ ଢ଼େଙ୍କାନାଳ ଜିଲା ଶିଳ୍ପକେନ୍ଦ୍ରରୁ ଶିଳ୍ପ ରେଜିଷ୍ଟ୍ରେସନ୍ ହୋଇଛି । ନିକଟରେ ଏହା କଟକ କୁ ସ୍ଥାନାନ୍ତରିତ ହୋଇଛି ଏବଂ କଟକ ଜିଲା ଶିଳ୍ପ କେନ୍ଦ୍ରରୁ ରେଜିଷ୍ଟ୍ରେସନ୍ ପାଇଁ ଦରଖାସ୍ତ କରାଯାଇଥିବା ଏହାର ମାଲିକ ନିଜ ପ୍ରତିକ୍ରୀୟାରେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.