ମାହାଙ୍ଗା,୩୦/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):କୁସୁପୁର-ସିପୁରା ପୂର୍ତ୍ତ ସଡକର ବିରୂପା ନଦୀ ଉପରେ ନିର୍ମିତ ନୂତନ ସେତୁ ଆଜି ଆଇନି ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି । ବାଲିଚନ୍ଦ୍ରପୁର ଠାରୁ ଏକ ବିରାଟ ପଟୁଆରରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପାଛୋଟି ନିଆଯାଇ ଥିଲା । ମନ୍ତ୍ରୀ ଶ୍ରୀ ଜେନା କୁପୁପୁର ଗାଁ ନିକଟରେ ଏହି ସେତୁକୁ ଉଦଘାଟନ କରି କହିଲେ – ” ବିରୋଧୀ ଦଳ କେବଳ ବିରୋଧ ପାଇଁ ରାଜନୀତି କରୁଥିବା ବେଳେ, ସବୁ ପ୍ରତିବନ୍ଧକ ସତ୍ୱେ ଆମେ ବିକାଶରେ ବିଶ୍ୱାସ କରୁଛୁ ଓ ମାହାଙ୍ଗାରେ ପ୍ରଗତିର ଧାରା ଜାରିରହିଛି । ୨୭୩.୭୨ମିଟର ଲମ୍ବ ଏବଂ ୭.୫୦ ମିଟର ଓସାର ବିଶିଷ୍ଟ ଏହି ସେତୁ ପୂର୍ଣ୍ଣାଙ୍ଗ ପାଇଁ ୧୮ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଯୋଗାଇ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନ୍ତ୍ରୀ ଶ୍ରୀ ଜେନା କୃତଜ୍ଞତା ଜଣାଇଥିଲେ । ଆଜିର ଏହି ସେତୁ ଉଦଘାଟନ କାର୍ୟ୍ୟକ୍ରମରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ଉପାଧ୍ୟକ୍ଷା ରସିଦା ବେଗମ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଯୁବ ବିଜେଡି ସଭାପତି ଶରତ ମହାପାତ୍ର,ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ମୋନାଲିସା ଦାଶ, ସରପଞ୍ଚ ପଙ୍କଜ ସାହୁ ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତରାୟ,ପୂର୍ବତନ ବ୍ଲକ ଚେୟାରମ୍ୟାନ କିଶୋର ସିଂ, ଆଡ଼ଭୋକେଟ ଶ୍ରୀଵନ୍ତ ଜେନା,ସରପଞ୍ଚ ଭବାନୀ ସାମଲ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ,ସରପଞ୍ଚ ଲିଜା ସାହୁ, ବିଭାଗୀୟ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର