Thursday , March 23 2023
Home / ବିଶେଷ / ଶ୍ରୀବଳଦେବଜୀଉ ମନ୍ଦିର ପୂଜାପଣ୍ଡା ନିୟୋଗର ବାର୍ଷିକ ଉତ୍ସବ

ଶ୍ରୀବଳଦେବଜୀଉ ମନ୍ଦିର ପୂଜାପଣ୍ଡା ନିୟୋଗର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଇଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପୂଜାପଣ୍ଡା ନିୟୋଗର ବାର୍ଷିକ ଉତ୍ସବ ରଥଦାଣ୍ଡସ୍ଥିତ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ନୃସିଂହ ପ୍ରସାଦ ପତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ କ୍ରୀୟାଯୋଗୀ ଅର୍ନିବାଣନ୍ଦ ଗିରି ଯୋଗଦେଇ ବୈଦିକ ଯୁଗରୁ ରାଷ୍ଟ୍ରନିର୍ମାଣରେ ବ୍ରାହ୍ମଣମାନଙ୍କର ମହତପୂର୍ଣ୍ଣ ଯୋଗଦାନ ରହିଆସିଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେଥିପାଇଁ ବ୍ରାହ୍ମଣମାନେ ଶ୍ରୀମଦ ଭଗବତ ଗୀତାର ଅଷ୍ଟମ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣଙ୍କ ନିସୃତବାଣୀ ମତେ ଶମ, ଦମ, ତପ, ସ୍ୱାଧାୟ ଇତ୍ୟାଦି ଆଠଗୋଟି ବିଧି ପାଳନ କଲେ ବ୍ରାହ୍ମଣସମାଜ ସଂସ୍କାରିତ ହେବା ସହ ରାଷ୍ଟ୍ରନିର୍ମାଣରେ ସହାୟକ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ । ଉତ୍ସବ ପ୍ରାରମ୍ଭରେ ଶ୍ରୀବଳଦେବଜୀଉ ମନ୍ଦିରର ରାଜ ପୁରୋହିତ ମୃତୁ୍ୟଞ୍ଜୟ ପତି ଓ ଗୌସ୍ୱାମୀ ଦେବୀ ପ୍ରସାଦ ପତି ବେଦମନ୍ତ୍ର ପାଠ ସହ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ ପୁରୀ ଗୋବର୍ଦ୍ଧନ ପୀଠରେ ଅଧ୍ୟୟନରତ ଭବାନୀଶଙ୍କର ପଣ୍ଡା ଓ ଉମାଶଙ୍କର ପଣ୍ଡା ବେଦ ପାଠ କରିଥିଲେ । ନିୟୋଗର ଉପଦେଷ୍ଟା ସଞ୍ଜୟ କୁମାର ପତ୍ରୀ ନିୟୋଗର ଉଦଘୋଷ “ବୟଂ ରାଷ୍ଟ୍ରେ ଜାଗୃୟାମ ପୁରୋହିତାଃ”ର ଉଲ୍ଲେଖ କରି ବ୍ରାହ୍ମଣମାନେ ରାଷ୍ଟ୍ରକୁ ଜୀବନ୍ତ ଏବଂ ଜାଗ୍ରତ ରଖିବା ଓ ରାଷ୍ଟ୍ରର ଦୁରଗାମୀ ହିତକୁ ବୁଝି ଏହା ପ୍ରାପ୍ତିର ବ୍ୟବସ୍ଥା କରିଥାଏ ବୋଲି ବେଦରେ ଉଲ୍ଲେଖ ଥିବା କଥା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ଉସôବରେ ସମ୍ପାଦକ ନିରଞ୍ଜନ କର, ସୋମନାଥ ପତ୍ରୀ, ଭାବଗ୍ରାହୀ କର, ପ୍ରମୋଦ କୁମାର କର, ବାବଳି ପତ୍ରୀ, ଗଗନ ପତ୍ରୀ, ଧର୍ମଦର୍ଶୀ କର, କ୍ଷିତିଶ କୁମାର କରଙ୍କ ସମେତ ମନ୍ଦିରର ଅନ୍ୟାନ୍ୟ ନିୟୋଗର ସେବାୟତମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ହରି ପ୍ରସାଦ କର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.