Thursday , March 23 2023
Home / ବିଶେଷ / ଯୋଗାଣ ଅଧକାରୀ ଙ୍କୁ ଘେରିଲେ ଖାଉଟି

ଯୋଗାଣ ଅଧକାରୀ ଙ୍କୁ ଘେରିଲେ ଖାଉଟି

ସାଲେପୁର, ୨୯/୦୧/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):କଟକ ସାଲେପୁର ବ୍ଲକରେ ଯୋଗାଣ ବିଭାଗର ବିଭିନ୍ନ ତ୍ରୁଟି ଓ ମନମୁଖୀ କାର୍ୟ୍ୟକୁ ବିରୋଧ କରି ଖୋଦ ଏହି ବ୍ଲକର ଅଧ୍ୟକ୍ଷାଙ୍କ ସମେତ ବହୁ ସଂଖ୍ୟାରେ ସାଧାରଣ ଖାଉଟି ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟରେ ଯୋଗାଣ ଅଧିକାରୀଙ୍କୁ ଘେରିଥିଲେ। ସାଲେପୁର ବ୍ଲକରେ ବହୁ ଖାଉଟିଙ୍କର ନାମ ରାସନ କାର୍ଡ଼ରୁ କଟିଯିବା ସତ୍ବେ ସେସଵୁକୁ ଯୋଡ଼ିବା ପରିବର୍ତ୍ତେ ଖାଉଟିଙ୍କୁ ଅଣଦେଖା କରାଯାଉଛି। କିଛି ଖାଉଟିଙ୍କର ନାମ ଜାଣିଶୁଣି ଦଳୀୟ ଭିତ୍ତିରେ କଟାଯାଉଛି। ଏ ସବୁ ଅଭିଯୋଗ ନେଇ ଆସିଲେ ଯୋଗାଣ ଅଧିକାରୀ ଶୁଣୁନାହାନ୍ତି। ଅନେକ ଦିନ ଧରି ସେ ତାଙ୍କ ସରକାରୀ କାର୍ୟ୍ୟାଳୟରେ ଉପସ୍ଥିତ ନରହିବା ଆଦି ବିଭିନ୍ନ ଅଭିଯୋଗ ନେଇ ସାଧାରଣ ଖାଉଟି ବ୍ଲକ ଅଧ୍ୟକ୍ଷାଙ୍କୁ ନେଇ ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ପରେ ଆଗାମୀ ଦୁଇଦିନ ଭିତରେ ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ପାଇବା ପରେ ସେମାନେ କାର୍ୟ୍ୟାଳୟ ପରିତ୍ୟାଗ କରିଥିଲେ। ଯଦି ସାଧାରଣ ଖାଉଟିଙ୍କ ଏ ସମସ୍ୟାକୁ ପୁଣି ଅଣଦେଖା କରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଖାଉଟି ମାନେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏନେଇ  ଯୋଗାଣ ଅଧିକାରୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେବାପାଇଁ ମନା କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.