Tuesday , March 21 2023
Breaking News
Home / ବିଶେଷ / ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଚାନ୍ଦୋଳ ଫାଣ୍ଡି ପୋଲିସର ଉଦାସୀନତା ପ୍ରତିବାଦରେ ପରିବାରସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଚାନ୍ଦୋଳ ଫାଣ୍ଡି ପୋଲିସର ଉଦାସୀନତା ପ୍ରତିବାଦରେ ପରିବାରସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ  ନୁଆପାଟଣା ଗ୍ରାମର ଅଶୋକ କୁମାର ନାୟକଙ୍କ ପତ୍ନୀ ବାସନ୍ତୀ ନାୟକ ସପରିବାର ଚାନ୍ଦୋଳ ଫାଣ୍ଡି ପୋଲିସର ଉଦାସୀନତା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି । ବାସନ୍ତୀ ଅଭିଯୋଗ କରିଛନ୍ତି ଯେ ଗତ ୨୦୨୦ମସିହା ଅକ୍ଟୋବରମାସ ୧୯ତାରିଖ ରାତି ପ୍ରାୟ ୧୧ଟା ସମୟରେ ତାଙ୍କ ଘରଗ୍ରୀଲକୁ କେହି ଜୋରରେ ବାଡେଇଥିଲା । ତାଙ୍କ ସ୍ୱାମୀ ଗ୍ରୀଲ ଖୋଲିବାରେ ହଠାତ ତାଙ୍କ ପଡୋଶୀ ରମାକାନ୍ତ ନାୟକଙ୍କ ସମେତ ୫ଜଣ ଟାଙ୍ଗିଆ, କୁରାଢୀ ଓ ଖଣ୍ଡା ଭଳି ମାରଣାସ୍ତ୍ର ଧରି ଅତର୍କୀତ ଆକ୍ରମଣ କରି ତାଙ୍କ ସ୍ୱାମୀଙ୍କୁ ରକ୍ତାକ୍ତ କରିଦେଇଥିଲେ । ଏଥିସହିତ ବାସନ୍ତୀଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ବାମ ଗୋଡକୁ ବାଡେଇ ଭାଙ୍ଗିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏହାପରେ ଅଚେତ ଅବସ୍ଥାରେ ଥିବା ଉଭୟ ପତ୍ନୀଙ୍କୁ ଅଭିଯୁକ୍ତମାନେ  ଗୋଟିଏ  ଘରେ ପୁରାଇ ବାହାରୁ ତାଲା ପକାଇ ପଳାଇଯାଇଥିଲେ । ବାସନ୍ତୀଙ୍କ ଛୋଟଝିଅ ବଡପାଟିରେ କାନ୍ଦି ଚିତ୍କାର କରିବାରେ କେଉଁଠୁ ଖବରପାଇ ଚାନ୍ଦୋଳ ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଆସି ୧୦୮ ଆମ୍ବୁଲାନ୍ସରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରଦିନ ତାଙ୍କ ସ୍ୱାମୀ ଡାକ୍ତରଖାନା କର୍ମଚାରୀଙ୍କ ସହଯୋଗରେ ସଦର ଥାନାକୁ ଯାଇ ଲିଖିତ ଅଭିଯୋଗ କରିବାରେ ଥାନା ଅଧିକାରୀ ତାଙ୍କୁ ଚାନ୍ଦୋଳ ଫାଣ୍ଡିରେ ଅଭିଯୋଗ କରିବାକୁ କହି ଫେରାଇ ଦେଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରେ ଡାକ୍ତରଖାନା ପକ୍ଷରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରାଯିବାରେ ସେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଯିବା ବାଟରେ ତାଙ୍କ ଛୋଟ ଝିଅ ଚାନ୍ଦୋଳ ଫାଣ୍ଡିକୁ ଯାଇ ଅଭିଯୋଗ ଦେବାରେ ଫାଣ୍ଡିବାବୁ ସଦର ଥାନାରେ ଅଭିଯୋଗ ଦେବାକୁ କହି ଫେରାଇ ଦେଇଥିଲେ । କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ବାସନ୍ତୀ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଅଭିଯୋଗ ପଠାଇଥିଲେ । କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରେ ବାସନ୍ତୀ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.