Wednesday , May 25 2022
Breaking News
Home / ବିଶେଷ / ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ୪୨ ମୌଜ଼ାରେ ନିଧି ସଂଗ୍ରହ

କଟକ, ୨୯/୦୧/୨୦୨୧(ଓଡ଼ିଶା ସମାଚାର)-  ପ୍ରଭୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ୪୨ମୌଜା ଉପକଣ୍ଠ ବ୍ରହ୍ମପୁର ଓ କଳପଡା ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ ଜାରି ରହିଛି। ଏହି ମହାଅଭିଯାନରେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସତ୍ୟ ମିଶ୍ର, ଅଶିମ ଦାଶ, କୃଷକନେତା ଦେବୀ ପ୍ରସାଦ ପତି, ଅମର ଦାଶ, ସୁବ୍ରତ ପଣ୍ଡା, ସବିତାରାଣୀ ଦାଶ,ରାକେଶ ମୁଦୁଲି,ବିରଜା ଭୂଷଣ ପତି, ଅନି ମହାପାତ୍ର,ପ୍ରାଣକୃଷ୍ଣ ମୁଦୁଲି,ମିଟୁନା ଦାଶ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଇତ୍ୟବସରରେ ଗ୍ରାମବାସୀ,ଶ୍ରଦ୍ଧାଳୁ ମାନଙ୍କସହ ଧାର୍ମିକ ବାକ୍ତିତ୍ୱ ସମୀର ପଣ୍ଡା ଦଶହଜାର ଟଙ୍କା ଦାନରାଶି ଦେବା ସହ ଏହି ରାଷ୍ଟ୍ରଯଜ୍ଞରେ ଯୋଗଦାନ ଦେଇଥିବା ଯୁବକମାନଙ୍କୁ ସାଧୁବାଦ ଜଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *