ଗରଦପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ଗାଁ ସାଥି ସଂଘ ପକ୍ଷରୁ ୮ ଦଫା ଦାବି ପୁରଣ ନିମନ୍ତେ ଆଜି ଗ୍ରାମସାଥିମାନେ ଗରଦପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଅନାନରେ ବସିଥିଲେ । ଗାଁ ସାଥି ସଂଘର ସଭାନେତ୍ରୀ ମନସ୍ୱିନୀ ଜେନାଙ୍କ ନେତୃତ୍ୱରେ ବ୍ଲକ୍ ର ୧୮ ଗୋଟି ପଂଚାୟତରୁ ଆସିଥିବା ଶତାଧିକ ଗ୍ରାମ ସାଥି ଅନଶନରେ ଯୋଗ ଦେଇଥିଲେ । ଗ୍ରାମସାଥି ମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ , ପରିଚୟ ପତ୍ର ପ୍ରଦାନ , ମାସକୁ ଥରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ , ଜବକାର୍ଡ଼ ଧାରୀଙ୍କ ସହିତ ଏକ ସମୟରେ ମେଟ ମାନଙ୍କୁ ମଧ୍ୟ ପ୍ରାପ୍ୟ ପ୍ରଦାନ , ମାସକୁ ୧୦ ଦିନର କାମ ଯୋଗାଣ ଆଦି ଦାବି ଗୁଡ଼ିକ ପୂରଣ ପାଇଁ ଅନଶନରେ ଦୃଢ଼ ଦାବି ଉପସ୍ଥାପନ କକରାଯାଇଥିଲା । ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଦିଲିପ କୁମାର ପରିଡ଼ା ଓ ବ୍ଲକ୍ ର ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ଚୀନାରା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଦାବି ପୂରଣ ପାଇଁ ଦୃଢ଼ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହାର ହୋଇଥିଲା । ଏହି ଅନଶନରେ ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା,ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦିଲିପ କୁମାର ସେଠୀ, ମୁଖ୍ୟ ଲିପିକ ପ୍ରଦ୍ର୍ୟମ୍ନ ବେହେରା , ସରପଂଚ ଅନୁଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅନଶନରେ ଗାଁ ସାଥି ସଂଘର ସମ୍ପାଦକ ଦିବାକର ଜେନା, ଉପସଭାପତି ଉମାକାନ୍ତ ସାହୁ, ସହ ସମ୍ପାଦକ ଅସିତ ଦାସ , ସଂଯୋଜକ କାହ୍ନୁଚରଣ ଭଦ୍ର , ବେବିନା ପରିଡ଼ା, କୋଷାଧ୍ୟକ୍ଷ ଜ୍ୟୋତିର୍ମୟୀ ସାହୁ ଓ ସମସ୍ତ ସଦସ୍ୟମାନେ ଅନଶନରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର