Thursday , March 23 2023
Home / କୃଷି / ପେଟୁଆ ପାଟରେ କାଳିମୁଣ୍ଡି ଉପଦ୍ରବ : ଯୁଗ୍ମ ତଦନ୍ତ କରି କ୍ଷତି ଆକଳନ ପାଇଁ ପ୍ରଶାସନିକ ନିଷ୍ପତି  

ପେଟୁଆ ପାଟରେ କାଳିମୁଣ୍ଡି ଉପଦ୍ରବ : ଯୁଗ୍ମ ତଦନ୍ତ କରି କ୍ଷତି ଆକଳନ ପାଇଁ ପ୍ରଶାସନିକ ନିଷ୍ପତି  

ଗରଦପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ତହସିଲ ନିକଟସ୍ଥ ପେଟୁଆ ପାଟରେ କାଳିମୁଣ୍ଡି ଉପଦ୍ରବ ଲାଗି ରହିଛି । ପେଟୁଆ ପାଟରେ ଥିବା ୫ଶହ ଏକର ଜମିର ଚିନାବାଦାମ ଫସଲକୁ କାଳିମୁଣ୍ଡି ସମ୍ପୂର୍ଣ୍ଣ ଚରିଯାଇଛନ୍ତି । ଏଠାରେ ଚାଷ କରିଥିବା ପାଖଡ଼, ଗରଦପୁର ଓ ବରହମପୁରର  ଚାଷୀମାନେ ପ୍ରଭୁତ ଫସଲ କ୍ଷତିର ସମ୍ମୁଖୀନ ହୋଇ ହତାଶ ହୋଇ ପଡ଼ିଛନ୍ତି ।  ସେଥିପାଇଁ ଚାଷୀମାନେ ଗତକାଲି ସାମୂହିକଭାବେ ଗରଦପୁର ତହସିଲ କାର୍ଯ୍ୟାଳୟରେ ପହଂଚି ଫସଲ କ୍ଷତିର ତୁରନ୍ତ ଆକଳନ କରାଯାଇ ସେମାନଙ୍କ ପାଇଁ ଆର୍ଥିକ ପୋ୍ରତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ଦାବି କରି କେନ୍ଦ୍ରାପଡ଼ା ଜିଲାପାଳଙ୍କ ଉଦେଶ୍ୟରେ ଲିଖିତ ଦାବି ପତ୍ରକୁ ତହସିଲଦାର ଧରଣୀଧର ବେହେରାଙ୍କୁ ପ୍ରଦାନ କରିଥିଲେ । ତହସିଲଦାର ଶ୍ରୀ ବେହେରା ଚଷେୀମାନେ ସମ୍ମୁଖୀନ ହୋଇଥିବା କାଳିମୁଣ୍ଡି ସମସ୍ୟା ଜନିତ ଫସଲ କ୍ଷତି ସମ୍ପର୍କରେ ଚାଷୀଙ୍କ ଠାରୁ ଅବଗତ ହୋଇ ହୃଦୟଙ୍ଗମ କରିଥିଲେ । ଏପରିକି ପାଖଡ଼ ଓ ଗରଦପୁର କୃଷି ସମବାୟ ସମିତିରୁ ରବି ଚାଷ ପାଇଁ ଋଣ କରି ଚିନାବାଦାମ , ମୁଗ ଓ ଟି ୯ ବିରି କାଳିମୁଣ୍ଡି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାରୁ ଋଣ ବୋଝରେ ଚାଷୀମାନେ ହତାଶ ହୋଇପଡ଼ିଥିବା ତହସିଲଦାର ଶ୍ରୀ ବେହେରା ଜାଣିବାକୁ ପାଇଥିଲେ । ଏପରିକି କିଛି ଚାଷୀଙ୍କ ମନରେ ଆତ୍ମହତ୍ୟା ପ୍ରବଣତା ବଢ଼ିଥିବା ଜଣାପଡ଼ିଥିଲା । ଚାଷୀଙ୍କ ଠାରୁ ଗତକାଲି ଦାବିପତ୍ର ପାଇବା ପରେ ତହସିଲଦାର ଶ୍ରୀ ବେହେରା ଜିଲାପାଳ ଅମ୍ରିତ ଋତୁରାଜ ଙ୍କ ନିକଟକୁ ଦାବିପତ୍ର ପଠାଇବା ସହିତ ଘଟଣା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ କୃଷି ବିଭାଗ ସହିତ ଆଲୋଚନା କରିବା ସହିତ ପେଟୁଆ ପାଟର ଫସଲ କ୍ଷତି ସମ୍ପର୍କରେ ଜାଣିବା ପରେ ତହସିଲଦାର ଶ୍ରୀ ବେହେରାଙ୍କୁ ଫସଲ ଋତି ଆକଳନ ପାଇଁ ନିର୍ଦ୍ଧେଶ ଦେଇଥିଲେ । ଫଳରେ ଗରଦପୁର ତହସିଲ କାର୍ଯ୍ୟାଳୟ ତରଫରୁ ପେଟୁଆ ପାଟର କାଳିମୁଣ୍ଡି ଉପଦ୍ରବରେ କ୍ଷତିଗ୍ରସ୍ତ ଚିନାବାଦାମ  ଫସଲ ର ଆକଳନ କରିବା ପାଇଁ କୃଷି ବିଭାଗ ସହଯୋଗରେ ଏକ ଯୂୁଗ୍ମ କମିଟି ଘୋଷଣା କରିଥିଲେ । ଏହି ଯୁଗ୍ମ କମିଟି ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକାଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଧେଶନାମାରେ କୁହାଯାଇଛି । ଯୁଗ୍ମ କମିଟି ଘୋଷଣା ହେବା ପରେ ତହସିଲ କାର୍ଯ୍ୟାଳୟ ତରଫରୁ ଗରଦପୁର ର ରାଜସ୍ୱ ନିରୀକ୍ଷକ ଅଜୟ କୁମାର ମଲିକ ଓ ସୁପରଭାଇଜର ଶରତ ଚନ୍ଦ୍ର ସେଠୀ ଏବଂ କୃଷି ବିଭାଗ ର  ଭିଲଡ଼ବ୍ଲ୍ୟୁ ପ୍ରଭାସିନୀ ପଟ୍ଟନାୟକ ପେଟୁଆ ପାଟରେ ପହଂଚି ବାଦମ ଓ ଅନ୍ୟ ଫସଲ ର କ୍ଷୟକ୍ଷତି ସମ୍ପର୍କରେ ବୁଲି ଦେଖିଛନ୍ତି । ଏହି ଅଂଚଳର ଚାଷୀମାନେ ଯୁଗ୍ମ କମିଟି ସହିତ ରହି ଚିନାବାଦାମ ଫସଲ ଓ ବିରି ମୁଗ ଫସଲରେ ଲାଗିଥିବା କାଳିମୁଣ୍ଡି ପୋକ ଓ ଏହାର ଦାଉରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ଜମି ଗୁଡ଼ିକୁ ବୁଲାଇ ଦେଖାଇଥିଲେ । ଚାଷୀ ସର୍ବଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, କୈଳାଶ ଚନ୍ଦ୍ର ପଣ୍ଡା, ସନାତନ କର, ଯୋଗୀ ମହାନ୍ତି , ପ୍ରଫୁଲ ନାୟକ ପ୍ରମୁଖ କମିଟି ସହିତ ବୁଲିଥିଲେ । ଉଲେଖନୀୟ ଏହିକି ଗତ ୧୫ ଦିନ ଧରି ପେଟୁଆ ପାଟର ଚିନାବାଦାମ ଫସଲକୁ କାଳିମୁଣ୍ଡି ସମ୍ପୂର୍ଣ୍ଣ ନଷ୍ଟ ଭ୍ରଷ୍ଟ କରିଦେଇଛନ୍ତି । ଏପରିକି ଫୁଲ ଉଡ଼ାଉଥିବା ଚିନାବାଦମ ଗଛର ପତ୍ର ଡ଼ାଳ ଖାଇ କାଳିମୁଣ୍ଡି ପୋକ ଆଙ୍ଗୁଠି ମୋଟର ହୋଇଗଲେଣି । ଖରା ସମୟରେ କାଳିମୁଣ୍ଡି ପୋକା ବାଦାମ ଗଛ ମୂଳ ମାଟି ତଳେ ରହୁଛନ୍ତି , କାଳିମୁଣ୍ଡି ଉପଦ୍ରବକୁ ପ୍ରସମିତ କରିବା ପାଇଁ କୃଷି ବିଭାଗ ପଦକ୍ଷେପ ନେଇଥିଲା । କୃଷି ବିଭାଗର ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କ ସମେତ କୃଷି ବୈଜ୍ଞାନିକମାନେ ଗତ ସପ୍ତାହରେ ପେଟୁଆ ପାଟକୁ ଆସି କାଳିମୁଣ୍ଡି ଉପଦ୍ରବ ଦେଖିଥିଲେ । ବିଭାଗର ଟେକନିକାଲ ଅଫିସରମାନେ ପହଂଚି କିଟନାଶକ ପ୍ରୟୋଗ କରି କାଳିମୁଣ୍ଡି ଦମନ କରିବା ପାଇଁ ପଦକ୍ଷେପ ନେଇଥିଲେ ।  କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ କାଳିମୁଣ୍ଡି ଦମନ ପାଇଁ ରିହାତି ଦରରେ କିଟନାଶକ ଯୋଗାଇ ଦିଆଯାଇଥିଲା ।  ଗରଦପୁର ଆତ୍ମା ଅଧ୍ୟକ୍ଷ ଦୀପକ କୁମାର ରାଉତ ଓ ସହକାରୀ କୃଷି ଅଧିକାରୀ ପ୍ରିୟବ୍ରତ ଜେନା ଅଧିକାଂଶ ସମୟରେ ପେଟୁଆ ପାଟକୁ ଯାଇ ଚାଷୀମାନଙ୍କ ସହିତ କାଳିମୁଣ୍ଡି ଉପଦ୍ରବ ଦମନ ପାଇଁ ସଂଗଠିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କୃଷି ବିଭାଗ ପରାମର୍ଶ ଅନୁଯାୟୀ ଚାଷୀମାନେ ଜମିରେ ୩ ଥର କିଟନାଶକ ପ୍ରୟୋଗ କରିଥିଲେ । ହେଲେ କାଳିମୁଣ୍ଡି ଦାଉରୁ ଫସଲ ରକ୍ଷା ହୋଇପାରିନଥିଲା । ପେଟୁଆ ପାଟରେ କାଳିମୁଣ୍ଡି ଉପଦ୍ରବ କରି ୯୦ ପ୍ରତିଶତ ଫସଲ କ୍ଷତି କରିଥିବାରୁ ଏହା ଅନ୍ୟ ଅଂଚଳକୁ ନବ୍ୟାପିବା ପାଇଁ କୃଷି ବିଭାଗ ତପôରତା ଦେଖାଇଥିଲା । ପଦ୍ମପୁର , ବେଡ଼ାରୀ , ବରହମପୁର ପାଟ ଜମିକୁ ସୁରକ୍ଷା ଦେବା ପାଇଁ ବିଭାଗ ଚାଷୀମାନଙ୍କୁ ରିହାତି ଦରରେ କିଟନାଶକ ବଂଟନ କରିଥଇôଲା । ଅଧିକନ୍ତୁ ପେଟୁଆ ପାଟର ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ , ଚାଷ ଜମିରୁ ଫସଲ ଉଜୁଡ଼ି ଯିବା ପରେ ହତାଶ ହୋଇପଡ଼ିଥିଲେ । ଆଜି କ୍ଷୟ କ୍ଷତିର ପ୍ରଶାସନିକ ତଦନ୍ତ କରାଯାଉଥିବାରୁ ଚାଷୀମାନଙ୍କ ମନରେ ଉତ୍ସ।ହ ପରିଲକ୍ଷିତ ହୋଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.