ପାରାଦୀପ ୨୯/୦୧/୨୦୨୧(ଓଡ଼ିଶା ସମାଚାର)-ଫୁଟବଲ୍ ଆସୋସିଏସନ ଓଡିଶା ଦ୍ୱାରା ଫେବୃଆରୀ ୭,୨୦୨୧ରେ ଆୟୋଜନ ହେବାକୁ ଥିବା ପୁରୁଷ ସିିନିୟର ଆନ୍ତଃ ଜିଲ୍ଲା ଫୁଟବଲ୍ ଟିମ୍ ପାଇଁ ପାରାଦ୍ୱୀପ ବନ୍ଦର ଜିଲ୍ଲା ଖେଳାଳୀ ଚୟନ ଆସନ୍ତା ଫେବୃଆରୀ ମାସ ୪ ତାରିଖ ୨୦୨୧ ୯ଘଟିକା ସମୟରେ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଇଚ୍ଛୁକ ଖେଳାଳୀ ମାନେ ଜନ୍ମ ପ୍ରମାଣ ପତ୍ର ସହ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଏହି ଚୟନରେ ଭାଗ ନେବାକୁ ପାରାଦ୍ୱୀପ ଫୁଟବଲ୍ ଜିଲ୍ଲା ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର
Check Also
୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ
କେନ୍ଦ୍ରାପଡ଼ା, ୨୧/୦୪/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଂଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ …