ପାରାଦୀପ ୨୯/୦୧/୨୦୨୧(ଓଡ଼ିଶା ସମାଚାର)-ଏଲଆଣ୍ଡଟି ମୋଡୁଲାର ଫାବି୍ରକେସନ ଫାସିଲିଟି ଦ୍ୱାରା ନିମିତ ସୁପର କି୍ରଟିକାଲ୍ ଓଭର ଡିମେନସନ୍ କନସାଇନମେଂଟ (ଓଡିସି) ଜାନୁଆରୀ ୨୮, ୨୦୨୧ରେ ପାରାଦ୍ୱୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଆସି ପହଂଚିଛି । ଏହି କନସାଇନମେଂଟ ୧୯ ଜାନୁଆରୀ ଆଦାନୀ ବନ୍ଦରରୁ ବାହାରିଥିଲା ଏବଂ ୪ ଜାନୁଆରୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଅବସରରେ ଇଣ୍ଡିଆନ୍ ଅଏଲ ଅଧ୍ୟକ୍ଷ ଏସ୍.ଏମ୍.ବୈଦ୍ୟ, ଏଲଆଣ୍ଡଟି ସିଇଓ ଏସ୍.ଏନ୍. ସୁବ୍ରମନ୍ୟମ୍, ପାରାଦ୍ୱୀପ ତୈଳ ବିଶୋଧନାଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ ଟିଡିଭିଏସ୍ ଗୋପାଳକି୍ରଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ସୁପର କି୍ରଟିକାଲ ଓଡିସିର ପରିବହନ ଓଜନ ୩,୫୨୨ ଏମଟି ଏବଂ ଏଥିସହ ଇଓ ରିଆକ୍ଟର ରହିଛି । ଏହାର ଲମ୍ବ ୯୬ ମିଟର ଏବଂ ଓଜନ ୧ ହଜାର ୭୫ ମିଟର ରହିଛି ଓ ଏହା ପ୍ରକଳ୍ପ ପାଇଁ ଦୀର୍ଘତମ ଉକରଣ । ଆସନ୍ତା ଦୁଇମାସ ମଧ୍ୟରେ ସିଙ୍ଗାପୁରରୁ ୨ହଜାର ଏମଟି ମାମୁଟ କ୍ରେନ୍ ସହିତ ଏହି ୩ଟି ଯନ୍ତ୍ର ନିର୍ମାଣ କରାଯିବ । ଏମଇଜି ପ୍ରକଳ୍ପ ଅଗ୍ରଗତି ପାଇଁ ଓଡିସି ଏକ ପ୍ରମୁଖ ମାଇଲଖୁଂଟ । ଆତ୍ମନିର୍ଭର ଭାରତର ଆତ୍ମା ସହିତ ଏମଇଜି ପ୍ରକଳ୍ପ ପାରାଦ୍ୱୀପକୁ ପେଟ୍ରୋଲିୟମ୍ ବୟନଶିଳ୍ପ ଏବଂ ପେଟ୍ରୋକେମିକାଲ୍ ଭିତିକ ଶିଳ୍ପର ହବ୍ ଭାବରେ ପ୍ରତିଷ୍ଠା କରିବା ଏବଂ ଓଡିଶାର ବିକାଶ ପାଇଁ ସୁଯୋଗ ଖୋଲିବାରେ ଏକ ଶକ୍ତି ଭାବରେ କାର୍ଯ୍ୟ କରିବ ବୋଲି, ଆଇଓସିଏଲ ପାରାଦ୍ୱୀପ ରିଫାଇନେରୀ ପକ୍ଷରୁ ଏକ ପେସ୍ ବିଜ୍ଞପ୍ତିରୁ ପ୍ରକାଶ । ଓଡ଼ିଶା ସମାଚାର