Wednesday , March 29 2023
Home / ସ୍ୱାସ୍ଥ୍ୟ / ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ ଘଟଣାରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତୁ୍ୟ ଅଭିଯୋଗ ଘଟଣାରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳାରୁ ରୋଗୀମୃତୁ୍ୟ ହୋଇଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।  ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ଅନୁଆପଡା ଗ୍ରାମର ସୁନାମଣି ରାଉତଙ୍କ ପୁଅ ବିଭୁତିଭୂଷଣ ରାଉତ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ ସୁଲୋଚନା ରାଉତ ଥଣ୍ଡାଜ୍ୱରରେ ଆକ୍ରାନ୍ତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୫ତାରିଖରେ ଭର୍ତି କରାଯାଇଥିଲା । ଡାକ୍ତରଙ୍କ ଅବହେଳାରୁ ଆବଶ୍ୟକ ଚିକତ୍ସା ନପାଇବାରୁ ସୁଲୋଚନାଙ୍କ ଗତ ୨୬ତାରିଖ ସକାଳେ ମୃତୁ୍ୟ ହୋଇଯାଇଥିବା ବିଭୁତି ଅଭିଯୋଗ କରିଛନ୍ତି । ତେଣୁ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭୁତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.