Monday , March 20 2023
Breaking News
Home / ବିଶେଷ / ଜଗତସିଂହପୁର ଜିଲ୍ଲା ଏସୟୁଜେ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ – ୩୫ଜଣ ସଭ୍ୟସଭ୍ୟାଙ୍କୁ ପରିଚୟପତ୍ର ପ୍ରଦାନ

ଜଗତସିଂହପୁର ଜିଲ୍ଲା ଏସୟୁଜେ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ – ୩୫ଜଣ ସଭ୍ୟସଭ୍ୟାଙ୍କୁ ପରିଚୟପତ୍ର ପ୍ରଦାନ

ପାରାଦୀପ ୨୯/୦୧/୨୦୨୧(ଓଡ଼ିଶା ସମାଚାର)-ପାରାଦୀପର ବିଜୁ ମେମୋରିଆଲ୍ ଟ୍ରଷ୍ଟ ପରିସରରେ ରାଜ୍ୟ ସାମ୍ବାଦିକ ୟୁନିୟନ(ଏସୟୁଜେ) ଜଗତସିଂହପୁର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏସୟୁଜେ ରାଜ୍ୟ ସଭାପତି ଅଜୟ କୁମାର ସାହୁ, ସାଧାରଣ ସଂପାଦକ କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ସଂଗଠନର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସୟୁଜେ ରାଜ୍ୟ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ତାମଣୀ ପାଢୀ, କଟକ ଜିଲ୍ଲା ସଭାପତି ଅଖିଳେଶ ପ୍ରସାଦ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକଙ୍କ ଉନ୍ନୟନ କ୍ଷେତ୍ରରେ ଏସୟୁଜେର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ଓ ପାରାଦୀପ ଟ୍ରକ ମାଲିକ ସଂଘର ସଭାପତି ସୁମନ୍ତ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜଗତସିଂହପୁର ଜିଲ୍ଲା ଟକ୍ର ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ, ଡ଼ମ୍ଫର ମାଲିକ ସଂଘ ଓ ସମାଜସେବୀ ତୀର୍ଥ ନାୟକଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସ୍ଥିତ ଏସୟୁଜେର ୩୫ଜଣ ସଭ୍ୟସଭ୍ୟା ମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସୟୁଜେ ଜଗତ୍ସିଂହପୁର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିବା ବେଳେ ସାଧାରଣ ସଂପାଦକ ସଂଜୟ କୁମାର ମିଶ୍ର ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.