ନିରାକାରପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଛଣଗିରିଠାରେ ମା ଭଗବତୀ ଫୁଟବଲ ଆସୋସିଏସନ ତରଫରୁ ୭ମ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚରେ ଯଦୁମଣି ସ୍ପୋଟର୍ସ କ୍ଲବ ଇଟାମାଟି ,ନୟାଗଡ଼କୁ ବଜରଙ୍ଗୀ କ୍ଲବ ଘାଟିକିଆ,ଭୁବନେଶ୍ୱରକୁ ଭେଟିଥିଲା । ପ୍ରଥମାର୍ଦ୍ଧରେ ଖେଳ ସଂଘର୍ଷପୂର୍ଣ୍ଣ ଥିବାବେଳେ କେହି କାହାରି ଉପରେ ଗୋଲ ଦେଇ ନ ପାରି ନଥିଲେ । ପରେ ଦ୍ୱିତୀୟାର୍ଦ୍ଧରେ ଯଦୁମଣି କ୍ଲବ ତରଫରୁ ସୈାମ୍ୟ ସ୍ୱାଇଁ ଗୋଟିଏ ଓ ସୁଶାନ୍ତ ପ୍ରଧାନ ଦୁଇଟି ଗୋଲ କରି ବଜରଙ୍ଗୀ , ଘାଟିକିଅକୁ ୩-୦ ଗୋଲରେ ହରାଇବାରେ ସଫଳ ହୋଇଥିଲେ । ପ୍ରଥମ କରି ଯଦୁମଣି କ୍ଲବ ଇଟାମାଟି ,ନୟାଗଡ଼ ଫାଇନାଲରେ ପ୍ରବେଶ କରିଛି । ଆଜିର ଖେଳକୁ ଫକୀର ଚରଣ ନିସଙ୍କ ,ଶରତ ଚନ୍ଦ୍ର ଛୋଟରାୟ,ସୁକାନ୍ତ ପ୍ରଧାନ ଓ ବିଶ୍ୱଜିତ ସାହୁ ପରିଚାଳନା କରିଥିଲେ । ଆଜି ମୁଖ୍ୟ ଅତିଥିଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁକାନ୍ତ କୁମାର ମଙ୍ଗରାଜ, ସମ୍ମାନୀତ ଅତିଥିଭାବେ ପ୍ରଧାନଶିକ୍ଷକ ଘନଶ୍ୟାମ ସ୍ୱାଇଁ, ଭାଗିରଥୀ ମହାପାତ୍ର,ଶିବ ବାରିକ, ଶରତ ପ୍ରଧାନ,ଟିମା ବେହେରା, ଅଭିମନ୍ୟୁ ପାତ୍ର ଓ ଆସୋସିଏସନର ସଭାପତି ମାନସ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉସôାହିତ କରିଥିଲେ । ଖେଳର ବିବରଣୀକୁ ଚନ୍ଦନ ମିଶ୍ର ଉପସ୍ଥାପନ କରିଥିଲେ । ଆସନ୍ତାକାଲିର ଦ୍ୱିତୀୟ ସେଫାଇନାଲ ବାଲାଜୀ ଏକାଡ଼େମୀ ,ଜଟଣୀ ଓ ଆରଏନ ଏକାଡ଼େମୀ ,ଖୋର୍ଦ୍ଧା ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର