Sunday , April 2 2023
Breaking News
Home / କ୍ରୀଡ଼ା / ଛଣଗିରି ରେ ରାଜ୍ୟସ୍ତରୀୟ ଫୁଟବଲ : ବାଲାଜୀ ଏକାଡ଼େମୀ ସେମିଫାଇନାଲ କୁ ପ୍ରବେଶ

ଛଣଗିରି ରେ ରାଜ୍ୟସ୍ତରୀୟ ଫୁଟବଲ : ବାଲାଜୀ ଏକାଡ଼େମୀ ସେମିଫାଇନାଲ କୁ ପ୍ରବେଶ

ନିରାକାରପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରିଠାରେ ମା ଭଗବତୀ ଫୁଟବଲ ଆସୋସିଏସନ ତରଫରୁ ୭ମ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟର ୪ର୍ଥ ଲିଗ ମ୍ୟାଚରେ ଅରବିନ୍ଦ ସ୍ପୋଟର୍ସ କ୍ଲବ, ଆଠଗଡ଼,କଟକକୁ ବାଲାଜୀ ଏକାଡ଼େମୀ ,ଜଟଣୀ ଭେଟିଥିଲା । ପ୍ରଥମାର୍ଦ୍ଧରେ ବାଲାଜୀ ଏକାଡ଼େମୀ ସୁଜିତ ପାତ୍ର ଗୋଟିଏ ଗୋଲ ଓ ଦ୍ୱିତୀୟାର୍ଦ୍ଧରେ ପୁନର୍ବାର ବାଲାଜୀର ପପୁ ମାଝି ଓ ଗୋବିନ୍ଦ ବେହେରା ୨ଟି ଗୋଲ ଦେଇ ଦଳକୁ ଏକ ତରଫା ବିଜୟୀ କରିବାରେ ସଫଳତା ଲାଭ କରିଥିଲେ । ଜଟଣୀ ବାଲାଜୀ ଏକାଡ଼େମୀ ୩-୦ ଗୋଲରେ ଅରବିନ୍ଦ ସ୍ପୋଟର୍ସ କ୍ଲବକୁ ପରାଜୟ କରି ବିଜୟ ଲାଭ କରିଥିଲା । ଖେଳକୁ ଶରତ ଛୋଟରାୟ, ସୁକାନ୍ତ କୁମାର ପ୍ରଧାନ ଓ ଫକୀର ଚରଣ ନିସଙ୍କ ଓ ବିଶ୍ୱଜିତ ସାହୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ୯ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ମମତା ଜେନା, ସମ୍ମାନୀତ ଅତିଥିଭାବେ ପ୍ରଭାତ କୁମାର ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ସାହୁ, ସତ୍ୟଜିତ ଦାସ,ଦାଶରଥି ସାହୁ, ଆନନ୍ଦ ଜେନା, ସଞ୍ଜୟ କୁମାର ବେହେରା ଓ ଏସ.କେ ହେଦାତୁ୍ଲ୍ଲା ,ଆସୋସିଏସନର ସଭାପତି ମାନସ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉସôାହିତ କରିଥିଲେ । ଖେଳର ବିବରଣୀକୁ ଚନ୍ଦନ ମିଶ୍ର ଉପସ୍ଥାପନ କରିଥିଲେ । ପରବର୍ତି ପ୍ରଥମ ସେଫାଇନାଲ ଯଦୁମଣି ସ୍ପୋଟର୍ସ କ୍ଲବ ଓ ବରଜରଙ୍ଗୀ ସ୍ପୋଟର୍ସ କ୍ଲବ ,ଘାଟିକିଆ ,ଭୁବନେଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର

Leave a Reply

Your email address will not be published.