Monday , March 27 2023
Breaking News
Home / କ୍ରୀଡ଼ା / ଗ୍ରାମଂଚଳ କ୍ରିକେଟ୍ : ଇଶାନେଶ୍ୱର ଚମ୍ପିଆନ୍

ଗ୍ରାମଂଚଳ କ୍ରିକେଟ୍ : ଇଶାନେଶ୍ୱର ଚମ୍ପିଆନ୍

ଗରଦପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ମିନି ଷ୍ଟାଡ଼ିଅମ ରେ ଚାଲିଥିବା ଗ୍ରାମାଂଚଳ କ୍ରିକେଟ ମ୍ୟାଚ ରେ ଇଶାନେଶ୍ୱର କ୍ରିକେଟ ଟିମ୍ ଚମ୍ପିଆନ୍ ଟ୍ରଫି ହାସଲ କରିଛି ।  କେଜିସିଟି କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜନ କରିଥିଲାବେଳେ ଫାଇନାଲ ମ୍ୟାଚ୍ ମାହାଙ୍ଗାର ଲକି ଷ୍ଟାର ଓ ଇଶାନେଶ୍ୱର କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଇଶାନେଶ୍ୱର କ୍ରିକେଟ ଟିମ୍ ଟସ ଜିତି ନିର୍ଦ୍ଧାରିତ ୨୦ ଓଭର ଖେଳି ସମସ୍ତ ଉଇକେଟ ବିନିମୟରେ ୧୬୦ ରନ୍ ସଂଗ୍ରହ କରିଥିଲା । ଜବାବରେ ମାହାଙ୍ଗାର  ଲକି ଷ୍ଟାର ୧୬ ଓଭର ବଲ ଖେଳି ସମସ୍ତ ଉଇକେଟ ହରାଇ ମାତ୍ର ୧୩୬ ରନ୍ କରିଥିଲା । ଫଳରେ ଇଶାନେଶ୍ୱର କ୍ରିକେଟ ଟିମ କୁ ବିଜୟୀ ଘୋଷଣା କରାଯାଇଥିଲା । ଉତ୍ସବରେ ସମାନୀତ ଅତିଥି ଭାବେ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ , ମହେନ୍ଦ୍ର ଦାସ ଓ ବିଧାୟକ ପ୍ରତିନିଧି ସଂଜୟ ଅଗ୍ରୱାଲା ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ଏଥିରେ ଶଶିଭୁଷଣ ଜେନା ଧାରା ବିବରଣୀ ପ୍ରଦାନ କରିଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.