Wednesday , March 29 2023
Home / ତାଜା ଖବର / ଗୋଡ଼ିପଡ଼ା ଟୋଲଗେଟ ରୁ ଗେଞ୍ଜଇ ଭର୍ତି ପିକଅପ ଭ୍ୟାନ ଜବତ: ଡ଼୍ରାଇଭର ଫେରାର: ଜବତ ଗେଞ୍ଜଇର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା

ଗୋଡ଼ିପଡ଼ା ଟୋଲଗେଟ ରୁ ଗେଞ୍ଜଇ ଭର୍ତି ପିକଅପ ଭ୍ୟାନ ଜବତ: ଡ଼୍ରାଇଭର ଫେରାର: ଜବତ ଗେଞ୍ଜଇର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା

ନିରାକାରପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡ଼ିପଡ଼ା ଟୋଲଗେଟ ନିକଟରୁ ଏକ ଗେଞ୍ଜଇ ଭର୍ତି ପିକଅପ ଭ୍ୟାନ ଜବତ ହୋଇଛି । କୌଣସି ସୂତ୍ରରୁ ଖବର ପାଇଁ ଜଙ୍କିଆ ଥାନା ଆଇଆଇସି ସତ୍ୟବ୍ରତ ଲେଙ୍କା ସଦଳବଳେ ଗୋଡ଼ିପଡ଼ା ଟୋଲଗେଟଠାରେ ଉକ୍ତ ପିକଅପ ଭ୍ୟାନ (ନଂ ଓଆ୦୭ ଡ଼ବ୍ଲୁ ୭୩୫୭)କୁ ଅଟକାଇ ଥିଲେ । ଉକ୍ତ ସମୟରେ ଗାଡ଼ି ଛାଡ଼ି ଡ଼୍ରାଇଭର ଫେରାର ହୋଇଯାଇଥିଲା । ସମୁଦାୟ ୭୦ କେଜି ଗେଞ୍ଜଇ ଜବତ କରାଯାଇଥିବାବେଳେ ଜବତ ଗେଞ୍ଜଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ପୋଲିସ ଗାଡ଼ି ସହ ଗେଞ୍ଜଇ ଜବତ କରି ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.