କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଓଡିଶା ମୋ ପରିବାର ଜୀବନବିନ୍ଦୁ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ପଂଚାୟତର ହରିନବାବୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଫିତାକାଟି ଉଦଘାଟନ କରିଥିଲେ । କେନ୍ଦ୍ରାପଡା ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରକାଶ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଧୁମାତ ସରପଂଚ ନରହରୀ ପାଣି, ଦୁଷ୍ମନ୍ତ ମଲ୍ଲିକ, ରଣଜିତ ରାଉତ, ଅଶୋକ ବରାଳ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ କାଳି ପ୍ରସାଦ ମିଶ୍ର, ସହସଂଯୋଜକ ହିରଣ୍ୟ କୁମାର ପଣ୍ଡା ଶିବିର ପରିଚାଳନା କରିଥିଲେ । ଶିବିରରେ ୪୭ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡ଼ିଶା ସମାଚାର