Saturday , April 1 2023
Breaking News
Home / ବିଶେଷ / ଏସଏଚଜି ମହିଳା ମାନଙ୍କ ଦକ୍ଷତା ପରିଦର୍ଶନ କଲେ ନାବାର୍ଡ଼ ଜିଏମ 

ଏସଏଚଜି ମହିଳା ମାନଙ୍କ ଦକ୍ଷତା ପରିଦର୍ଶନ କଲେ ନାବାର୍ଡ଼ ଜିଏମ 

ରଘୁନାଥପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ଆଜି ନାବାର୍ଡ଼ ଓଡ଼ିଶାର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ସି ୟୁ ଭାସ୍କର ଦିନିକିଆ ଗୃରେ ଆସି ନାବାର୍ଡ଼ ଦ୍ୱାରା ପରିଚାଳିତ ଏନଜିଓ ମାନଙ୍କର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ପ୍ରଥମେ ଓମ ସାଇରାମ ସ୍ୱୟଂ ସହାୟକ ଗୋଷ୍ଠି ଶାଳିଜଙ୍ଗା ଓ ନବଜ୍ୟୋତି କ୍ଲବ୍ ଦ୍ୱାରା ତାରପୁର ଠାରେ ପରିଚାଳିତ ରୁରାଲ ମାର୍ଟ ପରିଦର୍ଶନ କରିଥିଲେ । ଏହି ସମୟରେ ମାର୍ଟ ର ପରିଚାଳନା ବୁଝିବା ସହିତ କିପରି ମହିଳା ମାନଙ୍କ ନିମନ୍ତେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମାର୍ଟ କୁ ଆହୁରୀ ସୁଚାରୁ ରୂପେ ପରିଚାଳନା ନିମନ୍ତେ ଉକ୍ତ ଦଳ ଓ ଏନଜିଓ କୁ ପରାମର୍ଶ ପ୍ରଦାନ କରିଥିଲେ । ପରେ ନବଜ୍ୟୋତି କ୍ଲବ୍ ସଭା ଗୃହରେ କ୍ଲବ୍ ଦ୍ୱାରା ଅନୁଷ୍ଠିତ ହୋଇଥିବା ଏମଇଡ଼ିପି  ଓ ଏଲଇଡ଼ିପି ଟ୍ରେଡ଼ିଂ ତାଲିମାର୍ଥୀ ମାନଙ୍କ ସହ ତାଲିମ ର ସଫଳତା ଉପରେ ପଚାରି ବୁଝିଥିଲେ । ଏଠାରେ ମହିଳା ମାନଙ୍କ ଦ୍ୱାରା ପ୍ରଦର୍ଶିତ ସାମଗ୍ରୀ ବୁଲି ଦେଖିବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ମାର୍କେଟିଂ ଉପରେ ପରାମର୍ଶ ପ୍ରଦାନ କରିଥିଲେ । ଏଥିରେ ଜଗତସିଂହପୁର ଜିଲା ବିକାଶ ପରିଚାଳକ ବିଶ୍ୱ ଭୁଷଣ ମହାନ୍ତି , ଏଲଡ଼ିଏମ ଶତିସ କୁମାର ପାତ୍ର ୁପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ଲବ ର ସମ୍ପାଦକ କ୍ଷୀରୋଦ କୁମାର ଦାଶ ସଂଯୋଜନା କରିଥିବାବେଳେ କ୍ଲବ ର ସଭାପତି ଶ୍ରୀମତୀ ଶାନ୍ତିଲତା ଦ୍ୱିବେଦୀ , ସଦସ୍ୟ ସଂଜୟ କୁମାର ଦଶ, ପ୍ରଦ୍ୟୁମ୍ନ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଜେନା, କର୍ମଚାରୀ ଶକ୍ତି ସାର୍ଥକ ସୋଭନ , ମୋନାଲିସା ସ୍ୱାଇଁ , ସ୍ମୃତି ରଂଜନ ଦାଶ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.