ଭୁବନେଶ୍ୱର, ୨୯/୦୧/୨୦୨୧ (ଓଡ଼ିଶା ସମାଚାର)- ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ୱରସ୍ଥିତ ପଲ୍ଲବୀ ମଣ୍ଡପ ଠାରେ ସମସ୍ତ କରୋନା ନିୟମମାନି ନିଆରାଭାବରେ ଏହାର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶା ଓ ଓଡ଼ିଶା ବାହାରର ସମୁଦାୟ ୬୭ଟି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓ ମହାନ ସମାଜ ସେବକ ଓ ସେବିକାମାନଙ୍କୁ ଆସ୍ଥା ସେବା ସମ୍ମାନ ଓ ଆସ୍ଥା ବୀରତ୍ୱ ସମ୍ମାନ ପ୍ରଦାନ କରାଯାଇଛି । ଏହି କାଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ଡାକ୍ତର ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ମୁଖ୍ୟଅତିଥି, ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ତ୍ରିପାଠୀ ମୁଖ୍ୟବକ୍ତା ଓ ଶ୍ରୀଯୁକ୍ତ ପିନାକୀ ମହାନ୍ତି, ଶ୍ରୀମତୀ ନମ୍ରତା ଚଢ଼ା, ଶ୍ରୀଯୁକ୍ତ କିଶୋର କୁମାର ଦାସ, ଶ୍ରୀଯୁକ୍ତ ହିମାଂଶୁ ନାୟକ, ଶ୍ରୀମତୀ ଚିଦାତମିକା ଖଟୁଆ, ଶ୍ରୀଯୁକ୍ତ ଅଭୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ସମାନିୟ ଅତିଥିରୂପେ ଯୋଗ ଦେଇ ସମସ୍ତଙ୍କୁ ସମାଜ ଉଦେଶ୍ୟରେ ନିଜର ମୂଲ୍ୟବାନ ଅଭିଜ୍ଞତାରୁ କିଛି ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାଯ୍ୟକ୍ରମରେ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟତରଫରୁ ଶୁଭକାନ୍ତ ସାମଲ, ନାରାୟଣ ସ୍ୱାଇଁ, ସତ୍ୟରଞ୍ଜନ ସାହୁ, ବିଶିବୁ ଆଚାର୍ୟ୍ୟ, ଚନ୍ଦ୍ରମଣି ପାତ୍ର, ସୁଶାନ୍ତ ପଟ୍ଟନାୟକ, ସନ୍ତୋଷ ଦାଶ, ସୁବାସିନୀ ନାୟକ, କଲ୍ୟାଣୀ ଦାସ, ମମତା ସାହୁ, ଜ୍ୟୋତି, ଲକ୍ଷ୍ମୀପ୍ରିୟା, ରାଜଶ୍ରୀ, ପୁଷ୍ପଲତା, ମନୋରମା, ଆରତୀ, ମୋନା, ମିତା, ଅଭିପ୍ସା, ଲିଳିମା ଓ ଅନୁଷ୍ଠାନର ଅନ୍ୟ ସମସ୍ତ ସଦସ୍ୟ ଓ ସଦସ୍ୟା ପ୍ରମୁଖ ଯୋଗଦାନକରି ଏହାକୁ ସଫଳ କରିଥିଲେ ଓ ଉପସ୍ଥିତ ସଂଗଠନର କାଯ୍ୟକର୍ତା ଓ ଅତିଥିବୃନ୍ଦ ମାନଙ୍କର ଆସ୍ଥା ଭାଜନ ହୋଇପାରିଥିଲେ। ଓଡ଼ିଶା ସମାଚାର