Thursday , May 26 2022
Breaking News
Home / ବିଶେଷ / ଆଳି ଥାନା ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ

ଆଳି ଥାନା ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏସପିଙ୍କୁ ଅଭିଯୋଗ

କେନ୍ଦ୍ରାପଡା, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ପୋଲିସର ବେଆଇନ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଦକରଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଗ୍ରାମର ସାଗର ରଞ୍ଜନ ପଣ୍ଡା ଅଭିଯୋଗ କରିଛନ୍ତି ଯେ ତାଙ୍କ ଘରବାଡି ପ୍ଲଟରେ ବନ୍ଦୋବସ୍ତ ନକ୍ସାରେ ଜମି ପରିମାଣ କମିଯାଇଥିବାରୁ ସେ ଏକ ଆର.ପି. କେଶ କରିଛନ୍ତି । ଏହି ମାମଲା କୋର୍ଟଙ୍କ ବିଚାରାଧିନ ଥିବା ବେଳେ ତାଙ୍କ ପଡୋଶୀ ଏହି ବିବାଦୀୟ ଜମିକୁ ମାଡି କୋଠାଘର ନିର୍ମାଣ କରୁଥିବା ସେ ଅଭିଯୋଗ କରିଛନ୍ତି । ଏଥିରେ ଆଳି ଥାନା ପୋଲିସ ତାଙ୍କ ପଡୋଶୀଙ୍କୁ ଏଭଳି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । ଗତ ୨୩ତାରିଖରେ ତାଙ୍କ ଘରେ କେହି ପୁରୁଷ ଲୋକ ନଥିବା ସମୟରେ ତାଙ୍କ ସ୍ଥିତିବାନ ଜମି ଉପରୁ ଆଳି ଥାନା ପୋଲିସ ସହାୟତାରେ କାଠ ଉଠାଉଥିବାରୁ ତାଙ୍କର ୮୦ବର୍ଷ ବୟସର ବୃଦ୍ଧା ମା’ ତାହାର ବିରୋଧ କରିବାରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ତାଙ୍କ ଜମି ଉପରକୁ ମଡାଇ ଗୃହ ନିର୍ମାଣ କରୁଥିବା ସଂପୃକ୍ତ ପଡୋଶୀଙ୍କ ବିରୁଦ୍ଧରେ ଆଳି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ଅଭିଯୋଗ କରିଥିବା ବେଳେ ଶ୍ରୀ ପଣ୍ଡାଙ୍କୁ ଥାନାବାବୁ କହିଥିଲେ ଯେ ଜମିବାଡି କଥାରେ ପୋଲିସ ହସ୍ତକ୍ଷେପ କରିପାରିବ ନାହିଁ କୋର୍ଟକୁ ଯାଆନ୍ତୁ ବୋଲି କହିଥିଲେ । ପରେ ଶ୍ରୀ ପଣ୍ଡା କୋର୍ଟରୁ ୧୪୪ଧାରାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦେଶ ଆଣିବା ପରେବି ଆଳି ଥାନା ପୋଲିସ ତାଙ୍କୁ କୌଣସି ସହାୟତା କରିନଥିବା ସେ ଅଭିଯୋଗ କରିଛନ୍ତି । ମାତ୍ର ପୋଲିସ କିଭଳି ଗତ ୨୩ତାରିଖରେ ବେଆଇନ ଭାବେ ଜମିବାଡି ଘଟଣାରେ ତାଙ୍କ ପଡୋଶୀଙ୍କୁ ସହାୟତା କଲେ ତାହାର ଉପଯୁକ୍ତ ତଦନ୍ତ କରାଯିବାକୁ ଶ୍ରୀ ପଣ୍ଡା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥିସହିତ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ଯେ ଆଳି ଥାନା ପୋଲିସ ତାଙ୍କ ପଡୋଶୀଙ୍କୁ ତାଙ୍କ ବିରୁଦ୍ଧରେ ଫୌଜଦାରୀ କେଶ କରିବାକୁ ଉସୁକାଉଛନ୍ତି ଯାହାଦ୍ୱାରାକି ମିଥ୍ୟା କେଶରେ ଶ୍ରୀ ପଣ୍ଡାଙ୍କୁ ଫସାଇ ପାରିବେ । ତେଣୁ ପୋଲିସର ଏଭଳି ବେଆଇନ କାର୍ଯ୍ୟ ବିରୁଦ୍ଧରେ  ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରକ୍ଷିତ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ମରାମତି ପାଇଁ ଦାବି 

ଗରଦପୁର, ୨୬/୦୫/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ତହସିଲ ଅନ୍ତର୍ଗତ ନଡିଆବରାଇ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅସୁରକ୍ଷିତ ଅବସ୍ଥାରେ ଥିବାରୁ …

Leave a Reply

Your email address will not be published. Required fields are marked *