ରଘୁନାଥପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ସୁଲଭ ମୂଲ୍ୟରେ ସେବା ଯୋଗାଇଦେବାର ପ୍ରତିଶୃତି ବଦ୍ଧତାରେ ଉଦଘାଟିତ ହୋଇଛି ଆରିଅନ୍ ବାଙ୍କୁଏଟ ହଲ । କଟକ ପାରାଦୀପ ରାଜରାସ୍ତାର ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ପଂଚାୟତ ନୂଆପଡ଼ା ଓମଫେଡ଼ ନିକଟରେ ଅବସ୍ଥିତ ଏହି ହଲକୁ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଉଦଘାଟନ କରିଥିବାବେଳେ ଏଠାରେ ବାର୍ଥ ଡ଼େ , ମିଟିଂ , ମ୍ୟାରେଜ୍ ଆଦି ପାର୍ଟି ସୁଲଭ ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଚିକିଣିଆର ପୂର୍ବତନ ସମିତି ସଭ୍ୟ ଚୌଧୁରୀ ଇନ୍ଦୁଭୁଷଣ ଲେଙ୍କା , ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟମୀ ରାଉତ, ତଅଁରା ସମିତି ସଭ୍ୟ ସଂଜୟ କୁମାର ସ୍ୱାଇଁ, ପାର୍ଥଶଖା ପାଲଟା ସିଂ, ପ୍ରଦୀପ୍ତ ମହାନ୍ତି , ତାପସ ମହାରଣା, ପ୍ରଭୁଦତ ମହାନ୍ତି , ମାନସ ନାୟକ, ବିଜନ ମହାପାତ୍ର,ଅଭୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର