ମାହାଙ୍ଗା,୨୯/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଯଶସ୍ବୀ ସାହିତ୍ୟିକ, ରେଭେନ୍ଶା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ପ୍ରାଧ୍ୟାପକ,ଜଗନ୍ନାଥ ସଂସ୍କୃତିର ଗବେଷକ ପ୍ରଫେସର ଶରତ ଚନ୍ଦ୍ର କରଙ୍କ ପରଲୋକରେ ମାହାଙ୍ଗା,ସାଲେପୁର ଏବଂ ବଡ଼ଚଣା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
କଟକ ଜିଲ୍ଲା ମାଣିତିରି ଗାଁ’ରେ ଜନ୍ମିତ ଏହି ଯଶସ୍ବୀ ସାରସ୍ୱତ ସାଧକଙ୍କ ଗୁରୁବାର ରାତିରେ ହସ୍ପିଟାଲରେ ଆକସ୍ମିକ ବିୟୋଗ ପରେ ତା’ଙ୍କ ମର ଦେହକୁ ଏକ ବିରାଟ ଶୋଭାଯାତ୍ରାରେ ପତରାଜପୁର ଗ୍ରାମ ପରିକ୍ରମା କରାଯାଇ ଥିଲା । ମାଣିତିରି ଗ୍ରାମ୍ୟ ସ୍ମଶାନରେ ଏହି ଦିବଂଗତ ସ୍ରଷ୍ଟାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସ୍ବର୍ଗତ କରଙ୍କ ଅନ୍ତିମ ଯାତ୍ରାରେ ବହୁ ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ, ଏବଂ ଶୁଭେଛୁ ସାମିଲ ହୋଇ ସ୍ମଶାନ ପର୍ୟ୍ୟନ୍ତ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, ଅଧ୍ୟାପକ ଡକ୍ଟର ଚିତ୍ତ ରଞ୍ଜନ ଜେନା, ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜକିଶୋର ଜେନା, କବି ପ୍ରଭାତ କୁମାର କର,କବି ଭକ୍ତ ଚରଣ ସାହୁ, ସାମ୍ବାଦିକ ଅଖିଳେଶ ମହାନ୍ତି, ସମାଜସେବୀ ମାସୁଦ ଅଲ୍ଲୀ, ଶାରଦା ମହାନ୍ତି, ଆଡ଼ଭୋକେଟ ଦୀପକ ମହାନ୍ତି, କୁଳମଣି ବାରିକ, କୃପାସିନ୍ଧୁ ସିଂ, ବିଳାସ ବାରିକ, ଏକାଦଶୀ ସେଠୀ, ହିମାଂଶୁ ବଳ, ଶରତ ମହାପାତ୍ର, ସେକ ଜାଭିର, ପ୍ରତାପ ପରିଡା, ନଳିନୀ ନାୟକ, ରବିନାରାୟଣ ସାହୁ, ପ୍ରତାପ ପୃଷ୍ଟି, ମନ୍ମଥ ଖଟୁଆ, ହାଡିବନ୍ଧୁ ସାହୁ, ପ୍ରମୋଦ ଜେନା,ସୁଲତାନ ସୈଇଫୁଲା, କୃତିବାସ ରାଉତ, ଯଯାତି ସିଂ, ପ୍ରମୁଖ ସ୍ବର୍ଗତ କରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବାସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଓଡିଶା ସମାଚାର